ଏନଡିଏକୁ ବହୁମତ, ୟୁପିଏକୁ ମିଳିବ ୧୪୦ରୁ କମ ଆସନ : ସର୍ଭେ

0

ନୂଆଦିଲ୍ଲୀ : ଏବେ ସାରା ଦେଶରେ ନିର୍ବାଚନୀ ପ୍ରସ୍ତୁତି ଚାଲିଛି। ସବୁ ରାଜନୈତିକ ଦଳ ପ୍ରାର୍ଥୀ ଚନୟ ଓ ନିର୍ବାଚନୀ ପ୍ରଚାରରେ ଲାଗିପଡ଼ିଛନ୍ତି। ଏହି ସମୟରେ ଟାଇମ୍ସ ନାଓ ଏବଂ ଭିଏମଆର ପକ୍ଷରୁ ପ୍ରକାଶ ପାଇଥିବା ସର୍ଭେ ରିପୋର୍ଟ ବିରୋଧୀଙ୍କ ମନୋବଳ ଭାଙ୍ଗି ଦେଇଛନ୍ତି। ଏହି ସର୍ଭେ ରିପୋର୍ଟ ଅନୁସାରେ ବିଜେପି ନେତୃତ୍ୱାଧୀନ ଏନଡିଏକୁ ୫୪୩ ଲୋକସଭା ଆସନରୁ ୨୮୩ଟି ଓ କଂଗ୍ରେ ନେତୃତ୍ୱାଧୀନ ୟୁପିଏକୁ ୧୪୦ରୁ କମ ଆସନ ମିଳିବ। ଦକ୍ଷିଣ ଭାରତରେ ଏନଡିଏକୁ ସଫଳତା ମିଳବ ନାହିଁ। ହେଲେ ପଶ୍ଚିମବଙ୍ଗରେ ବିଜେପିର ଆସନ ସଂଖ୍ୟା ବୃଦ୍ଧି ଘଟିବ ବୋଲି ସର୍ଭେ ରିପୋର୍ଟରୁ ଜଣାପଡିଛି। ଉତ୍ତର-ପୂର୍ବ ରାଜ୍ୟ ଓ ହିନ୍ଦୀ ଭାଷୀ ରାଜ୍ୟଗୁଡ଼ିକରେ ବିଜେପିର ପ୍ରଭାବ କାଏମ ରହିବ। ତେଣୁ ବିଜେପି ଓ ସହଯୋଗୀ ଦଳ ସହଜରେ ବହୁମତ ହାସଲ କରିନେବେ। ଏନଡିଏକୁ ପାଖାପାଖି ୨୮୩ଟି ଲୋକସଭା ଆସନ, ଅନ୍ୟ ଦଳ ଖାତାରେ ୧୨୫ ଓ ୟୁପିଏକୁ ୧୩୫ରୁ କମ ଆସନ ମିଳିବ ବୋଲି ଅନୁମାନ କରାଯାଇଛି।
ଉତ୍ତରପ୍ରଦେଶରେ ଝାଉଁଳି ଯିବ ପଦ୍ମ
ସର୍ଭେ ଅନୁସାରେ ଉତ୍ତରପ୍ରଦେଶରେ ବିଜେପି ଓ ସହଯୋଗୀ ଦଳ ୪୨ଟି, ମହାମେଣ୍ଟ ୩୬ ଓ କଂଗ୍ରେସ ୨ଟି ଆସନରେ ବିଜୟୀ ହେବେ। ୨୦୧୪ ଲୋକସଭା ନିର୍ବାଚନରେ ଏଠାରେ ବିଜେପି ଓ ସହଯୋଗୀ ଦଳଗୁଡ଼ିକ ୪୩.୩% ମତଦାନ ସହ ୭୩ଟି ଆସନରେ ବିଜୟୀ ହୋଇଥିଲେ।
ହିନ୍ଦୀ ଭାଷୀ ଅନ୍ୟ ରାଜ୍ୟଗୁଡ଼ିକରେ ବିଜେପି ପ୍ରଭାବ ବୃଦ୍ଧି ପାଇବ। ଦିଲ୍ଲୀରେ ବିଜେପି ବିଜୟୀ ହେବ, ମଧ୍ୟପ୍ରଦେଶରେ ବିଜେପି ୨୯ରୁ ୨୨ ଲୋକସଭା ଆସନ ଓ ରାଜସ୍ଥାନରେ ବିଜେପିକୁ ୨୫ରୁ ୨୦ ଆସନ ମିଳିବ ବୋଲି ସର୍ଭେରୁ ଜାଣିବାକୁ ମିଳିଛି। ସେହିପରି ପଶ୍ଚିମବଙ୍ଗରେ ବିଜେପି ୩୨ରୁ ୧୧ଟି ଆସନରେ ବିଜୟୀ ହେବ ବୋଲି ଅନୁମାନ କରାଯାଉଛି। ସର୍ଭେ ଅନୁସାରେ ପଶ୍ଚିମବଙ୍ଗରେ କଂଗ୍ରେସ ଓ ବାମ ଦଳର ଖାତା ଖୋଲିବ ନାହିଁ। ୨୦୧୪ ଲୋକସଭା ନିର୍ବାଚନରେ ବିଜେପି ଏଠାରେ ମାତ୍ର ୨ଟି ଆସନ ଜିତିଥିଲା। ସର୍ଭେ ଅନୁଯାୟୀ ବିହାରରେ ଏନଡିଏକୁ ୪୦ଟିରୁ ୨୭ଟି ଓ ୟୁପିଏକୁ ୧୩ଟି ଆସନ ମିଳବ। ୨୦୧୪ ଲୋକସଭା ନିର୍ବାଚନରେ ବିହାରରେ ବିଜେପି ୩୦ଟି ଆସନରେ ବିଜୟୀ ହୋଇଥିଲା। ତେବେ ତେଲଙ୍ଗାନାରେ ବିଜେପି ଗତ ନିର୍ବାଚନ ଅପେକ୍ଷା ଭଲ ପ୍ରଦର୍ଶନ କରିବ ବୋଲି ସର୍ଭେରୁ ଜଣାପଡିଛି। ୨୦୧୪ ଲୋକସଭା ନିର୍ବାଚନରେ ତେଲଙ୍ଗାନାରେ ବିଜେପି ୧ଟି ଆସନ ଜିତିଥିଲା ବେଳେ ଏଥର ୨ଟି ଆସନ ଜିତିବ ବୋଲି ଅନୁମାନ କରାଯାଉଛି। ତେଲଙ୍ଗାନାର ୧୭ଟି ଲୋକସଭା ଆସନରୁ ଟିଆରଏସ୍‍ ୧୨ଟି ଆସନରେ ବିଜୟୀ ହେବ। ଆନ୍ଧ୍ରପ୍ରଦେଶରେ କଂଗ୍ରେସ ଭଲ ପ୍ରଦର୍ଶନ କରିବ ବୋଲି ସର୍ଭେରୁ ଜଣାପଡିଛି। ଗତ ଲୋକସଭା ନିର୍ବାଚନରେ କଂଗ୍ରେସ ଆନ୍ଧ୍ରପ୍ରଦେଶରେ ମାତ୍ର ୮ଟି ଆସନ ଜିତିଥିଲା ବେଳେ ଏଥର ୨୨ଟି ଆସନ ଜିତିବ ବୋଲି ଅନୁମାନ କରାଯାଇଛି। ସର୍ଭେ ଅନୁସାରେ ବିଜେପି ଗୋଟିଏ ଓ ଏଲଡିଏଫ ୩ଟି ଆସନରେ ବିଜୟୀ ହେବେ। ଏଠାରେ ଟିଡିପି ମାତ୍ର ୩ଟି ଆସନ ଜିତିବ ବୋଲି ଆକଳନ କରାଯାଇଛି। ଗତ ନିର୍ବାଚନରେ ଟିଡିପି ୧୫ଟି ଆସନରେ ବିଜୟୀ ହୋଇଥିଲା।

Leave A Reply