ଲିପଷ୍ଟିକ୍ ବ୍ୟବହାର ସଠିକ୍ ପ୍ରଣାଳୀ

0

ବିଶ୍ବସ୍ତରରେ ୧୦୦ରୁ ଊର୍ଦ୍ଧ୍ବ କମ୍ପାନୀର ଲିପଷ୍ଟିକ୍ ବ୍ରାଣ୍ଡ ବିକ୍ରି ହୋଉଥିବାବେଳେ ଦିନକୁଦିନ ଅଧିକ ପ୍ରକାରର ରଙ୍ଗ ବଜାରରେ ଉପଲବ୍ଧ ହେଉଛି। ସୌନ୍ଦର୍ୟ୍ୟ ବିଶେଷଜ୍ଞଙ୍କ ମତରେ ନିୟମିତ ଲିପଷ୍ଟିକ୍ ଲଗାଉଥିବା ଯୁବତୀ ଓ ମହିଳାମାନେ କେତୋଟି ଦିଗ ପ୍ରତି ଧ୍ୟାନ ଦେବା ଆବଶ୍ୟକ।

ଲିପ​‌ଷ୍ଟିକ୍ ଲଗାଉଥିଲେ ପ୍ରତି ସପ୍ତାହରେ ଥରୁଟିଏ ଲିପ୍ ସ୍କ୍ରବ୍ କରିବା ଉଚିତ । ଏହା ଓଠରୁ ମଇଳା ବାହାର କରିବା ସହ ମୁଲାୟମ କରିଥାଏ ।

ଅଳ୍ପ ଚିନିରେ ମହୁ ଓ ଲେମ୍ବୁ ରସ ମିଶାଇ ଓଠକୁ ସ୍କ୍ରବ୍ କରି ପାରିବେ ।

prayash

ଲିପଷ୍ଟିକ୍ ଲଗାଇବା ବେଳେ ନିୟମିତ ଭାବେ ଲିପ୍ ଲାଇନର୍ ଲଗାଇବାକୁ ଭୁଲନ୍ତୁ ନାହିଁ । ଏହା ଓଠକୁ ବେଶ୍ ଆକର୍ଷଣୀୟ ରୂପ ଦେଇଥାଏ ।

କୌଣସି ପୋଷାକ ସହ ମ୍ୟାଚିଂ ଲିପଷ୍ଟିକ୍ ନ ମିଳିଲେ ବ୍ୟସ୍ତ ହୁଅନ୍ତୁ ନାହିଁ । ପୋଷାକ ରଙ୍ଗ ସହ ମେଳ ଖାଉଥିବା ଆଇ ସ୍ୟାଡୋ ବ୍ୟବହାର କରିପାରିବେ । ସେଥିରେ ଲିପ୍ ବାମ୍ ମିଶାଇ ଓଠରେ ଲଗାଇଲେ ଲିପଷ୍ଟିକ୍‌ ଭଳି କାମ କରେ ।

ଏକ୍ସପାୟାରୀ ଡେଟ୍ ଶେଷ ହୋଇଥିବା ଲିପଷ୍ଟିକକୁ କେବେ ବ୍ୟବହାର କରିବେ ନାହିଁ । ଏହା ତ୍ବଚା ସଂକ୍ରମଣ ହୋଇଥାଏ।

Leave A Reply