ବାତିଲ ହେଲା ଦିବ୍ୟାଙ୍ଗ ଶିକ୍ଷକଙ୍କ ନିର୍ବାଚନ ଦାୟିତ୍ବ

‘ସମାଜ ପୋର୍ଟାଲ’ର ପ୍ରଭାବ

ଲକ୍ଷ୍ମୀପୁର:କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକରେ ଜଣେ ଦିବ୍ୟାଙ୍ଗଙ୍କୁ ନିର୍ବାଚନ ଦାୟିତ୍ବ ଦିଆଯାଇଥିବା ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଥିଲା। ଏପରିକି ସୁସ୍ଥ ସବଳ କର୍ମଚାରୀଙ୍କୁ ନିର୍ବାଚନ ଦାୟିତ୍ବ ଦିଆଯାଇନଥିଲାବେଳେ ଜଣେ ଦିବ୍ୟାଙ୍ଗ ଶିକ୍ଷକଙ୍କୁ ନିର୍ବାଚନ ଦାୟିତ୍ବ ଦିଆଯାଇଥିଲା। ଏହି ଦିବ୍ୟାଙ୍ଗ ଶିକ୍ଷକ ଜଣକ ବାହାରକୁ ଗଲେ ଚଳିବା ପାଇଁ ଅନ୍ୟ ଜଣଙ୍କ ସହାୟତା ନେଇଥାନ୍ତି। ସେଭଳି ଜଣେ ବ୍ୟକ୍ତିଙ୍କୁ ବୋରିଗୁମ୍ମା ଓ ବୈପାରୀଗୁଡ଼ା ବ୍ଲକରେ ନିର୍ବାଚନ ଦାୟିତ୍ବ ଦିଆଯାଇଥିବା ନେଇ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଥିଲା।

 

prayash

ଏ ସମ୍ପର୍କରେ ବ୍ଲକ ଶିକ୍ଷା ଅଧିକାରୀ କହିଥିଲେ ଯେ ଜିଲା ସ୍ତରରୁ ବ୍ଲକର ସମସ୍ତ ଶିକ୍ଷକଙ୍କ ତାଲିକା ମଗାଯାଇଥିଲା, ଏପରିକି  ଜଣେ ଦିବ୍ୟାଙ୍ଗ ବୋଲି ଉଲ୍ଲେଖ କରାଯାଇଥିଲା। କିନ୍ତୁ ଜିଲା ପଞ୍ଚାୟତ କାର୍ଯ୍ୟାଳୟ ପକ୍ଷରୁ ତାଙ୍କୁ ନିର୍ବାଚନ ଦାୟିତ୍ବ ଦିଆଯାଇଥିବା ନେଇ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଥିଲା। ତେବେ ଗଣମାଧ୍ୟମରେ ଖବର ପ୍ରକାଶ ପରେ ଶ୍ରୀ ଗରଡାଙ୍କ ନିର୍ବାଚନ ଦାୟିତ୍ବକୁ ବାତିଲ କରାଯାଇଛି। ନିର୍ବାଚନ ଅଧିକାରୀ ପ୍ରୀତିରଞ୍ଜନ ରଥ କହିଛନ୍ତି ଯେ ଶିକ୍ଷକ ଜଣକ ଦିବ୍ୟାଙ୍ଗ ବୋଲି ଉଲ୍ଲେଖ କରାଯାଇଥିଲା, ତେବେ ଜିଲା ସ୍ତରୀୟ କର୍ମଚାରୀମାନେ କାର୍ଯ୍ୟ ବ୍ୟସ୍ତତା ଯୋଗୁଁ ତାହା ଜାଣି ପାରି ନଥିଲେ। ଗଣମାଧ୍ୟମରେ ଏହା ପ୍ରକାଶ ପାଇବା ପରେ ସମ୍ପୃକ୍ତ ଶିକ୍ଷକଙ୍କ ନିର୍ବାଚନ ଦାୟିତ୍ବ ଦିଆଯାଇଥିବା ନିର୍ଦ୍ଦେଶ ନାମକୁ ବାତିଲ୍ କରାଯିବା ସହିତ ତାଙ୍କୁ ଏଥିରୁ ନିବୃତ୍ତ କରାଯାଇଛି। ଗତକାଲି ଏ ସଂକ୍ରାନ୍ତିୟ ଖବର ‘ସମାଜ ପୋର୍ଟାଲ’ରେ ପ୍ରକାଶ ପାଇଥିଲା। ଏହାର ପ୍ରଭାବରେ ଜିଲା ପ୍ରଶାସନ ପକ୍ଷରୁ ନିର୍ବାଚନ ଦାୟିତ୍ବକୁ ବାତିଲ କରାଯାଇଛି।

kalyan agarbati

Comments are closed.