ସାରଦା ପ୍ରସନ୍ନଙ୍କ ଶରୀର ଏମ୍ସକୁ ଦାନ କଲେ ପରିବାର
ଭୁବନେଶ୍ବର : ନେସନାଲ ଏନସ୍ୟୁରାନ୍ସ କମ୍ପାନୀର ଅବସରପ୍ରାପ୍ତ ବରିଷ୍ଠ ପ୍ରବନ୍ଧକ ସାରଦା ପ୍ରସନ୍ନ ଆଚାର୍ଯ୍ୟଙ୍କ ମୃତ୍ୟ ପରେ ଭୁବନେଶ୍ବର ଏମ୍ସକୁ ଶରୀର ଦାନ କରାଯାଇଛି ।
ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ସେ ୭୯ ବର୍ଷ ବୟସରେ ସୋମବାର ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି । ତାଙ୍କ ମରଶରୀରକୁ ପରିବାର ଲୋକେ ଭୁବନେଶ୍ବର ଏମ୍ସକୁ ଦାନ କରିଛନ୍ତି । ଶ୍ରୀ ଆଚାର୍ଯ୍ୟଙ୍କ ପରଲୋକ ଖବର ପାଇ ତାଙ୍କର ଶତାଧିକ ବନ୍ଧୁ ଏବଂ ଆତ୍ମୀୟ ଶେଷ ଦର୍ଶନ ସହ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ମୃତ୍ୟୁଶଯ୍ୟା ନିକଟରେ ପୁତ୍ର ସତ୍ୟ ଏବଂ ପତ୍ନୀ ପୁଷ୍ପା ଉପସ୍ଥିିତ ଥିଲେ। ଭାରତ ଶରୀର ଏବଂ ଅଙ୍ଗଦାନ ସଭାପତି ଡ. ପ୍ରଭାସ ଆଚାର୍ଯ୍ୟ ମରଶରୀରରେ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏଥିସହ ଦଧିଚି ବିମାନରେ ଶବ ଶୋଭାଯାତ୍ରା କରାଯାଇ ହସ୍ତାନ୍ତର ବ୍ୟବସ୍ଥା କରିଥିଲେ ।
Comments are closed.