www.samajalive.in
Monday, December 8, 2025
14.1 C
Bhubaneswar

ଦୁଇ ବାଇକ ମୁହାଁ ମୁହଁ ଧକ୍କା, ଜଣେ ମୃତ ଦୁଇଜଣ ଗୁରୁତର

ଲାଞ୍ଜିଗଡ଼: କଳାହାଣ୍ଡି ଜିଲା ଲାଞ୍ଜିଗଡ ଠାରୁ ମୁନିଗୁଡା ଯିବା ମୁଖ୍ୟ ରାସ୍ତାରେ ଦୁଇଟି ବାଇକ ମୁହାଁ ମୁହିଁ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବାବେଳେ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ସୂଚନାନୁସାରେ ବେଦାନ୍ତର ସହଯୋଗୀ କମ୍ପାନୀରେ ମୃତ ଅଯୋଧ୍ୟା ପ୍ରସାଦ ରିଗର ଭାବେ ଏବଂ ତାର ସାଥୀ ସୁରଜ ଦେବ ବ୍ରାସ କଟର ଭାବେ କାମ କରୁଥିଲେ । ସେମାନେ ଦୁଇଜଣ ଉତ୍ତର ପ୍ରଦେଶ ଦୁଦ୍ଧି ଥାନା ଅନ୍ତର୍ଗତ କଟାଉଲି ଗ୍ରାମର ବାସିନ୍ଦା ଅଟନ୍ତି ଏବଂ ସେମାନେ ବସନ୍ତପଡ଼ା ଗ୍ରାମରେ ରହୁଥିଲେ। ରବିବାର ଛୁଟି ଥିବାରୁ ସଂଧ୍ୟା ୬ ଘଣ୍ଟା ସମୟରେ ମୃତ ଅଯୋଧ୍ୟା ପ୍ରସାଦ ଏବଂ ସୁରଜ ଦେବ ଦୁଇଜଣ ସଉଦା କିଣିବା ପାଇଁ ବସନ୍ତପଡ଼ାରୁ ଲାଞ୍ଜିଗଡ ଆଡେ ବାଇକରେ ଆସୁଥିବା ବେଳେ ବତେଲିମା ପଞ୍ଚାୟତ ବୋରିଙ୍ଗ ପଦର ଗ୍ରାମର ଦୁଇଜଣ ସନ୍ତୋଷ ମାଝୀ (୨୫) ଏବଂ ଚଇତୁ ମାଝୀ (୨୨)ଲାଞ୍ଜିଗଡ ଠାରୁ ବସନ୍ତପଡା ବାଟେ ଦୁଇଜଣ ବାଇକରେ ଯାଉଥିଲେ ଏବଂ ଦୁଇ ବାଇକ ମୁହାଁମୁହିଁ ଧକ୍କା ହୋଇଥିଲା।

ଲାଞ୍ଜିଗଡ ଥାନାଧିକାରୀ ବିଜୟ ଲକ୍ଷ୍ମୀ ହିକୋକା ପୁଲିସ ଟିମ ସହିତ ଘଟଣା ସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ଡାକ୍ତଖାନା ପହଞ୍ଚାଇ ଥିଲେ।  ଡାକ୍ତରଖାନାରେ ଡାକ୍ତର ଅଯୋଧ୍ୟା ପ୍ରସାଦକୁ ମୃତ ଘୋଷଣା କରିଥିଲେ।  ଅନ୍ୟ ଦୁଇଜଣ ଅତ୍ୟଧିକ ଗୁରୁତର ହେବାରୁ ସନ୍ତୋଷ ମାଝୀଙ୍କୁ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟକୁ ଏବଂ ଚଇତୁ ମାଝୀଙ୍କୁ ବିଷମକଟକ ଖ୍ରୀଷ୍ଟିଆନ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିବା ଡାକ୍ତର ଭବାନୀ ଶଙ୍କର ଲେଙ୍କା ସୂଚନା ଦେଇଛନ୍ତି। ରାତି ହୋଇ ଯାଇଥିବାରୁ ମୃତଦେହ ବ୍ୟବଚ୍ଛେଦ ହୋଇପାରିନାହିଁ । ସୋମବାର ମୃତଦେହ ବ୍ୟବଚ୍ଛେଦ ହେବ ଏବଂ ଏନେଇ ଲାଞ୍ଜିଗଡ ଥାନା କେଶ ନମ୍ବର ୯୨/୨୩ ଏକ ମାମଲା ରୁଜୁ ସହ ତଦନ୍ତ ଆରମ୍ଭ ହୋଇଥିବା ଲାଞ୍ଜିଗଡ ଥାନାଧିକାରୀ ବିଜୟ ଲକ୍ଷ୍ମୀ ହିକୋକା ସୂଚନା ଦେଇଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories