ତେଜ ପ୍ରତାପଙ୍କ ବିବାହ : ୫ଦିନ ପାରୋଲ ଆବେଦନ କଲେ ଲାଲୁ

0

ରାଞ୍ଚି : ପୁଅ ତେଜ ପ୍ରତାପ ଯାଦବଙ୍କ ବିବାହରେ ଯୋଗ ଦେବା ନିମନ୍ତେ ଆରଜେଡି ସୁପ୍ରିମୋ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ପାଞ୍ଚ ଦିନ ପାରୋଲରେ ଯିବା ପାଇଁ ଆବେଦନ କରିଛନ୍ତି। ଆସନ୍ତା ୧୨ ତାରିଖ ଶନିବାର ତେଜ ପ୍ରତାପଙ୍କ ବିବାହ ଅନୁଷ୍ଠିତ ହେଉଛି।
ତେବେ ଳାଲୁଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉପରେ ତାଙ୍କୁ ପାରୋଲ ମିଳିବା ନିର୍ଭର କରେ। କାରଣ ତାଙ୍କର ସୁଗାର ପରିମାଣ ନିୟନ୍ତ୍ରଣ ହେଉ ନାହିଁ। ଦିଲ୍ଳୀ ଏମ୍ସରୁ ଆସିବା ପରେ ଲାଲୁ ଏବେ ରାଞ୍ଚି ସ୍ଥିତ ରିମ୍ସ ହସ୍ପିଟାଲରେ ଚିକିିତ୍ସିତ ହେଉଛନ୍ତି।

ଅନ୍ୟ ପକ୍ଷରେ ଲାଲୁଙ୍କ ଘନିଷ୍ଠ ସହଯୋଗୀ ତଥା ଆଜେଡି ବିଧାୟକ ଭୋଲା ଯାଦବ, ହସ୍ପିଟାଲ ବିରୁଦ୍ଧରେ ଅଭିଯୋଗ କରିଛନ୍ତି । ସେଠାରେ ଲାଲୁଙ୍କ ସ୍ୱାସ୍ଥ୍ୟର ଉପଯୁକ୍ତ ଯତ୍ନ ନିଆଯାଉ ନାହିଁ ଏବଂ ମେଡିକାଲ ରିପୋର୍ଟରେ ଅଦଳ ବଦଳ କରାଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି।

Leave A Reply