ଲଡୁଗାଁ ଉଚ୍ଚ ବିଦ୍ୟାଳୟରେ ବନ ମହୋତ୍ସବ

ଲଡୁଗାଁ: କଳାହାଣ୍ଡି ଜିଲା କୋକସରା ବ୍ଲକ ବ୍ଲକ ଅନ୍ତର୍ଗତ ଲଡୁଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ବନମହୋତ୍ସବ ଉଦଘାଟିତ ହୋଇଯାଇଛି । ସ୍କୁଲ ବରିଷ୍ଠ ଶିକ୍ଷକ ବୁଦ୍ଧିରାମ ନାଏକ ତତ୍ତ୍ଵାବଧାନରେ ଅନୁଷ୍ଠିତ କାର‌୍ୟ୍ୟକ୍ରମରେ ଶିକ୍ଷକ ଆଶିଷ ରଂଜନ ପଟେଲ, ଡମ୍ବରୁଧର୍ ନାୟକ,ସୀତାରାମ ରାଉତ, ନିରଞ୍ଜନ ନିଆଲ, ମାନସ ରଞ୍ଜନ ମେହେର, କରୁଣାକର କହର, ସରୋଜ ସାହୁ ଶିକ୍ଷୟତ୍ରୀ ସ୍ମୃତିମୟୀ ଦୁର୍ଗା, ସୁଭାଷିନୀ ଦାସ ତଥା ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି ସମାଜରେ ବୃକ୍ଷ ରୋପଣର ଅବଦାନ ଓ ଉପକାରିତା ବିଷୟରେ ପିଲାଙ୍କୁ ସଚେତନ କରିଥଲେ।

ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଚତୁଃପାର୍ଶ୍ଵରେ ବିଭିନ୍ନ ପ୍ରଜାତିର ବୃକ୍ଷ ରୋପଣ କରାଯଇଛି । ପରିଚାଳନା କମିଟି ବିନୋଦ ବାଗଙ୍କ ସମେତ କମିଟିର ସଭ୍ୟ ସଭ୍ୟା ଅବିଭାବକ ଉପସ୍ଥିତିରେ ବନମହୋତ୍ସବ ତଥା ବୃକ୍ଷର ରକ୍ଷଣାବେକ୍ଷଣ ଉପରେ ଆଲୋକପାତ କରାଯାଇଥିଲା ।‌‌ସଭାଟିକୁ ରେଣୁକା ସାହୁ ପରିଚାଳନା କରିଥିବା ବେଳେ ଶିକ୍ଷକ ବବୃବାହନ ଛତ୍ରିଆ ଧନ୍ୟବାଦ୍ ଅର୍ପଣ କରିଥିଲେ । ସପ୍ତାହ ବ୍ୟାପି ବନ ମହୋତ୍ସବ ଉପରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାର ରହିଛି ।

Comments are closed.