www.samajalive.in
Tuesday, December 9, 2025
16.1 C
Bhubaneswar

ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ଥ, କ୍ୱାକଙ୍କ ହାତରେ ରୋଗୀଙ୍କ ଭାଗ୍ୟ !

ବୌଦ୍ଧ: ଖୁବଶୀଘ୍ର ବୌଦ୍ଧରେ ରାଜ୍ୟସରକାରଙ୍କ ପକ୍ଷରୁ ନିର୍ମାଣାଧିନ ତିନିଶହ ଶଯ୍ୟା ବିଶିଷ୍ଟ ଜିଲା ଚିିକିତ୍ସାଳୟ ଉଦଘାଟନ ହେବାକୁ ଯାଉଅଛି। ଏହି ଚିକିତ୍ସାଳୟକୁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦଘାଟନ କରିବା ପାଇଁ ତୁରନ୍ତ ନିର୍ମାଣ କାର୍ଯ୍ୟ ସାରିବାକୁ ବିଧାୟକ ସରୋଜ ପ୍ରଧାନ ତାଗିଦ କରିବାପରେ ନିର୍ମାଣ କାର୍ଯ୍ୟ ଯୁଦ୍ଧକାଳୀନ ଭିତିରେ ଚାଲିଥିବା ଦେଖାଯାଇଛି । ତେବେ ଏହି ଆଧୁନିକ ଚିକିତ୍ସାଳୟ ଜିଲାରେ ରୋଗୀସେବାର ଆବଶ୍ୟକତା ପୂରଣ କରିବା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଲାଣି। ଗୋଟିଏପଟେ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତରମାନଙ୍କ ଦକ୍ଷତା ପରୀକ୍ଷା କରିବାକୁ ନିର୍ଦ୍ଦେଶନାମା ଜାରି କରିଥିବାବେଳେ ଅନ୍ୟପଟେ ଜିଲାର ଚିକିତ୍ସାଳୟଗୁଡିକରେ ଅନେକ ଡାକ୍ତର ପଦବୀ ଖାଲିପଡିଛି । ଡାକ୍ତର ଅଭାବରୁ ରୋଗୀମାନେ ଗ୍ରାମାଞ୍ଚଳରେ କ୍ୱାକ୍‌ , ଔଷଧ ଦୋକାନ କିମ୍ବା ଘରୋଇ ଜଡିବୁଟି ଚିକିତ୍ସା ଉପରେ ନିର୍ଭର କରିବାକୁ ଏକପ୍ରକାର ବାଧ୍ୟ ହେଉଥିବା ଜଣାଯାଇଛି ।

ସୂଚନା ମୁତାବକ   ଜିଲାର ସଦର ମହକୁମାରେ ଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅନେକ ପ୍ରମୁଖ ବିଭାଗରେ ବିଶେଷଜ୍ଞ ଡାକ୍ତର ନଥିବାବେଳେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକରେ ବହୁଗୁଡିଏ ଡାକ୍ତର ପଦବି ଖାଲି ପଡିଛି । ଯାହାଫଳରେ ଜିଲ୍ଲାରେ ଜନସାଧାରଣ ଉତ୍ତମ ସ୍ୱାସ୍ଥ୍ୟସେବା ପାଇବାରୁ ବଂଚିତ ହେଉଥିବା ଅଭିଯୋଗ ହେଉଛି । ଏହିଭଳି ପରିସ୍ଥିତିରେ ଡାକ୍ତର ପଦବୀ ପୂରଣ ନହେଲେ ଆଗାମି ଦିନରେ ଜିଲାରେ ସ୍ୱାସ୍ଥ୍ୟସେବାକୁ ନେଇ ବଡ ସମସ୍ୟା ସୃଷ୍ଟି ହେବାର ସମ୍ଭାବନା ଦେଖାଦେଇଛି ।  ସମସ୍ତଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇଦେବା ସରକାରଙ୍କ ମୌଳିକ କର୍ତ୍ତବ୍ୟ ହୋଇଥିବାବେଳେ ବୌଦ୍ଧଜିଲ୍ଲାରେ ତାହା ବିଫଳ ହୋଇଛି । ଜିଲ୍ଲାରେ ବିପର୍ଯ୍ୟସ୍ଥ ସ୍ୱାସ୍ଥ୍ୟସେବାର ଫାଇଦା ଉଠାଉଛନ୍ତି କ୍ୱାକମାନେ । ଗ୍ରାମାଞ୍ଚଳରେ କ୍ୱାକଙ୍କ ହାତରେ ରୋଗୀଙ୍କ ଭାଗ୍ୟ । କ୍ୱାକମାନେ ରୋଗୀଙ୍କୁ ଭଲ କରିଦେବାର ପ୍ରତିଶୃତି ଦେଇ ଚିକିତ୍ସା କରୁଛନ୍ତି ଏବଂ ଗୁରୁତର ହେଲେ ବିଭିନ୍ନ ଆଳ ଦେଖାଇ ରୋଗୀକୁ ବାହାରକୁ ଯାଇ ଚିକିତ୍ସା କରାଇବାକୁ ପରାମର୍ଶ ଦେଉଛନ୍ତି ।

- Advertisement -

ଗ୍ରାମାଂଚଳରେ ବସବାସ କରୁଥିବା ସରଳ ଗ୍ରାମବାସୀ ସେମାନଙ୍କ କଥାରେ ବିଶ୍ୱାସ କରି ଯେ କୌଣସି ରୋଗ ହେଲେ ପ୍ରଥମେ ତାଙ୍କ ପାଖକୁ ଧାଇଁ ଆସୁଛନ୍ତି । ଏପରିକି ସୁବିଧା ଅସୁବିଧାରେ ରାତି ଅଧରେ କ୍ୱାକମାନେ ରୋଗୀଙ୍କ ଘରେ ପହଂଚି ସ୍ୱାସ୍ଥ୍ୟସେବା ଯୋଗାଇ ଦେଉଥିବା ଯୋଗୁଁ ରୋଗୀମାନେ ଡାକ୍ତର ଅପେକ୍ଷା କ୍ୱାକ ଉପରେ ଅଧିକ ଭରସା ରହୁଛି । ବର୍ତ୍ତମାନ ଋତୁ ପରିବର୍ତ୍ତନ ହେଉଥିବାରୁ ଏପରିସ୍ଥିତିରେ ଜିଲାର ଗାଁମାନଙ୍କରେ  ଥଣ୍ଡା, କାଶ, ସର୍ଦ୍ଦି, ଜ୍ୱର ଆଦି ବିଭିନ୍ନ ରୋଗୀଙ୍କ ସଂଖ୍ୟା ଅଧିକ ରହିଥିବା ବେଳେ ସେଥିମଧ୍ୟରୁ ଅଧିକାଂଶ ରୋଗୀ ଡାକ୍ତରଖାନା ନ ଯାଇ କ୍ୱାକମାନଙ୍କ ଠାରେ ଚିକିତ୍ସା କରାଉଥିବା ଆଲୋଚନା ହେଉଛି ।

ଡାକ୍ତରଖାନା ଅପେକ୍ଷା କ୍ୱାକମାନଙ୍କ ଠାରେ ରୋଗୀଙ୍କ ଭିଡ ଜମୁଛି।  ଏପରିକି ବିଭିନ୍ନ ସମୟରେ କ୍ୱାକମାନଙ୍କ ଠାରେ ଚିକିତ୍ସିତ ହେଉଥିବା ରୋଗୀ ଭୂଲ ଚିକିତ୍ସା ଯୋଗୁଁ ମୃତ୍ୟୁ ବରଣ କରୁଥିବା ଅଭିଯୋଗ ହେଉଛି । ଗାଁ ଗାଁରେ ଏବେ କ୍ୱାକଙ୍କ ସଂଖ୍ୟା ଦିନକୁ ଦିନନ ବଢିବାରେ ଲାଗିଛି । ଅନେକ ଗାଁରେ କ୍ଲିନିକ ଖୋଲି ଖୁଲମ ଖୁଲା ଚିକିତ୍ସା କରୁଛନ୍ତି। ସରକାର ରୋଗୀଙ୍କୁ ମାଗଣାରେ ଚିକିତ୍ସା ଓ ଔଷଧ ଦେଉଥିଲେ ମଧ୍ୟ ରୋଗୀ ଡାକ୍ତରଖାନା ଅପେକ୍ଷା କ୍ୱାକ ପାଖକୁ ଯାଉଛନ୍ତି ଓ ଖର୍ଚ୍ଚାନ୍ତ ମଧ୍ୟ ହେଉଛନ୍ତି। ଡାକ୍ତରଖାନାରେ ଚିକିତ୍ସା କରାଇଲେ ସେମାନଙ୍କ ଜୀବନ ସୁରକ୍ଷିତ ଜାଣି ମଧ୍ୟ ଅନେକ ରୋଗୀ କ୍ୱାକ ପାଖକୁ ଯାଉଛନ୍ତି।

ଗ୍ରାମାଂଚଳରେ ଡାକ୍ତର ସାଜିଥିବା କ୍ୱାକମାନଙ୍କ ଉପରେ ପ୍ରଶାସନର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ । ଯାହାଫଳରେ କ୍ୱାକମାନେ ନିର୍ଭୟରେ ରୋଗୀସେବା ନାମରେ ସେମାନଙ୍କ ଜୀବନ ସହିତ ଖେଳ ଖେଳୁଛନ୍ତି । ଏପରି ସ୍ଥଳେ ପ୍ରଶାସନ କ୍ୱାକ କେନ୍ଦ୍ର ଉପରେ ପ୍ରଶାସନ ପକ୍ଷରୁ ଚଢଉ କରି ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ସାଧାରଣରେ ଦାବି ହେଉଛି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories