ଘରୁ ଏଏସଓଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ଭୁବନେଶ୍ଵର: ରାଜଧାନୀ ଭୁବନେଶ୍ଵରରୁ ଏଏସ୍ଓଙ୍କ ମୃତଦେହ ଉଦ୍ଧାର। ଲୋକସଭା ଭବନରେ କାର୍ଯ୍ୟରତ ଜଣେ ଆସିଣ୍ଟାଣ୍ଟ ସେକ୍ସନ ଅଫିସର(ଏଏସଓ)ଙ୍କ ଝୁଲନ୍ତା ମୃତଦେହ ଗୁରୁବାର ଭୁବନେଶ୍ୱର ଆଚାର୍ଯ୍ୟ ବିହାରସ୍ଥିତ ସେ ରହୁଥିବା ଘରୁ ଉଦ୍ଧାର ହୋଇଛି। ମୃତ ଏଏସଓଙ୍କ ନାଁ ମୋରା ମାର୍ଣ୍ଡି ବୋଲି ଜଣାପଡ଼ିଛି। ସଚିବାଳୟ ଇସ୍ପାତ ଓ ଖଣି ବିଭାଗରେ ୨୦୨୪ ବ୍ୟାଚର ଏଏସଓ ହେଉଛନ୍ତି ମୋରା ମାର୍ଣ୍ଡି। ପ୍ରାଥମିକ ତଦନ୍ତରୁ ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଜାରି ରଖିଛି।
Comments are closed.