୫ ବର୍ଷ ପର୍ଯ୍ୟନ୍ତ କୁମାରସ୍ୱାମୀ ମୁଖ୍ୟମନ୍ତ୍ରୀ ପଦରେ ରହିବେ: କଂଗ୍ରେସ

0

ବେଙ୍ଗାଲୁରୁ: ଆସନ୍ତା ୫ ବର୍ଷ ପର୍ଯ୍ୟନ୍ତ ଜେଡିଏସ୍‍ ନେତା ଏଚ୍‍ ଡି କୁମାରସ୍ୱାମୀ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ପଦରେ ରହିବେ।୨୦୧୯ ସାଧାରଣ ନିର୍ବାଚନ କଂଗ୍ରେସ ଓ ଜେଡିଏସ୍‍ ମିଳିତ ଭାବେ ଲଢ଼ିବେ। କଂଗ୍ରେସ ପକ୍ଷରୁ ଏଭଳି ଘୋଷଣା ପରେ କର୍ଣ୍ଣାଟକରେ ବିଭାଗ ବଣ୍ଟନ କନ୍ଦଳ ଆପାତତଃ ସମାଧାନ ହୋଇଥିବା ଜଣାପଡ଼ିଛି। ବେଙ୍ଗାଲୁରୁରେ ଅନୁଷ୍ଠିତ ଦୀର୍ଘ ଆଲୋଚନା ବୈଠକ ପରେ ବିଭାଗ ବଣ୍ଟନ ନେଇ ସହମତି ହୋଇଥିବା ଜଣାପଡ଼ିଛି। ବୁଝାମଣା ଅନୁଯାୟୀ ଜେଡିଏସ୍‍ ହାତରେ ଅର୍ଥ ଓ କଂଗ୍ରେସ ହାତରେ ଗୃହ ବିଭାଗ ରହିବ। ଭବିଷ୍ୟତରେ କୌଣସି ବିବାଦ ଓ ମତାନ୍ତର ସୃଷ୍ଟି ନ ହେବା ପାଇଁ ମୁଖ୍ୟମନ୍ତ୍ରୀ ପଦ ଓ ବିଭାଗ ବଣ୍ଟନ ଲାଗି ଲିଖିତ ବୁଝାମଣା ହୋଇଛି। ଗୁରୁବାର ଦିନ ବେଙ୍ଗାଲୁରୁଠାରେ ଉଭୟ ଦଳର ତୁଙ୍ଗ ନେତାଙ୍କ ମଧ୍ୟରେ ୫ ପର୍ଯ୍ୟାୟ ବୈଠକ ଆଲୋଚନା ହୋଇଥିବା ବେଳେ ଭିଡିଓ କନ୍‍ଫରେନ୍ସିଂରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ୍‍ ଗାନ୍ଧି ଆଲୋଚନା କରିଥିଲେ।

Leave A Reply