ଆସ୍ଥା ଜିତିଲେ କୁମାରସ୍ୱାମୀ

0

ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭାରେ ଆଜି ଜେଡି(ଏସ୍‍) ନେତା ଏଚ୍‍ ଡି କୁମାରସ୍ୱାମୀ ଆସ୍ଥା ଭୋଟରେ ବିଜୟୀ ହୋଇଛନ୍ତି। ଏହାପରେ କୁମାରସ୍ୱାମୀଙ୍କ ନେତୃତ୍ୱରେ ଜେଡିଏସ୍‍ – କଂଗ୍ରେସ ମେଣ୍ଟ ସେଠାରେ ସରକାର ଗଠନ କରିବା ପାଇଁ ପଥ ପରିସ୍କାର ହୋଇଯାଇଛି। ଏଥିସହିତ ପ୍ରାୟ ଦୁଇ ସପ୍ତାହ ଧରି ଚାଲିଥିବା କର୍ଣ୍ଣାଟକ ରାଜନୀତି ନାଟକର ଅବସାନ ଘଟିଛି।
ଆଜି କର୍ଣ୍ଣାଟକ ବିଧାନସଭାରେ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ ଆସ୍ଥା ଭୋଟ ପାଇଁ ପ୍ରସ୍ତାବ ଆଗତ କରିବା ପରେ ମୌଖିକ ଭୋଟରେ ବିଜୟୀ ହୋଇଥିଲେ। ଅପରପକ୍ଷରେ ଭୋଟ ବେଳେ ବିଜେପି ସଦସ୍ୟମାନେ କକ୍ଷ ତ୍ୟାଗ କରିଛନ୍ତି। ସେହିପରି ଆଜି କର୍ଣ୍ଣାଟକ ବିଧାନସଭାର ବାଚସ୍ପତି ରୂପେ କଂଗ୍ରେସ ବିଧାୟକ କେ ଆର ରମେଶ କୁମାର ନିଯୁକ୍ତ ହୋଇଛନ୍ତି।
ଭୋଟ ଗ୍ରହଣ ପୂର୍ବରୁ କୁମାରସ୍ୱାମୀ ଓ ବି ଏସ୍‍ ୟେଦୁରପ୍ପାଙ୍କ ମଧ୍ୟରେ ଆକ୍ଷେପ ପ୍ରତିଆକ୍ଷେପ ଦେଖିବାକୁ ମିଳିଥିଲା। କୁମାରସ୍ୱାମୀଙ୍କ ପରିବାରକୁ ସୁବିଧାବାଦୀ ବୋଲି ଅଭହିତ କରି ୟେଦୁରପ୍ପା କହିଥିଲେ ଯେ କଂଗ୍ରେସ ଖୁବ୍‍ ଶୀଘ୍ର ବୁଦ୍ଧି ଶିଖିବ ଓ ମେଣ୍ଟ ସରକାର ଭାଙ୍ଗିଯିବ। କୃଷକଙ୍କ ଋଣ ଛାଡ଼ ପାଇଁ କୁମାରସ୍ୱାମୀ ଘୋଷଣା ନକଲେ ରାଜ୍ୟବ୍ୟାପୀ ବନ୍ଦ ଡାକରା ଦେବେ।

Leave A Reply