www.samajalive.in
Monday, December 15, 2025
24.1 C
Bhubaneswar

ବୁଲାଣୀ ଯୋଗୁଁ ବାରମ୍ବାର ଘଟୁଛି ଦୁର୍ଘଟଣା -କୁଲେଇଜୋର ନିକଟରେ ବାଇକ ଦୁର୍ଘଟଣାରେ ଚାଳକ ଗୁରୁତର

କଲମପୁର – କଲମପୁର ଥୁଆମୁଳ ରାମପୁର ମୁଖ୍ୟରାସ୍ତାର କୁଲେଇଜୋର ନିକଟରେ ବାଇକ ଦୁର୍ଘଟଣା ଗ୍ରସ୍ତ । ଏଥିରେ ଜଣେ ଯୁବକ ଗୁରୁତର ହେଇଛନ୍ତି । ସ୍ଥାନୀୟ ଲୋକଙ୍କ ସୂଚନା ପାଇବା ପରେ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ଯୁବକଙ୍କୁ ଉଦ୍ଧାର କରି କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି ।

ଥୁଆମୁଳ ରାମପୁର ବ୍ଲକ ଅଧିନସ୍ଥ ବାଗଡିଆଁନି ଗ୍ରାମର ଶଙ୍କର ମାଝୀ ନାମକ ଯୁବକ କୌଣସି କାମରେ ଭବାନୀପାଟଣା ଯାଇ ବାଇକ ନମ୍ବର ଓଡି୦୮ ଏସ ୧୫୮୧ ଯୋଗେ ଫେରୁଥିବା ବେଳେ ବୁଧବାର ସଂଧ୍ୟା ସମୟରେ କଲମପୁର ଥୁଆମୁଳ ରାମପୁର ମୁଖ୍ୟ ରାସ୍ତାର କୁଲେଇଜୋର ବୁଲାଣି ନିକଟରେ ଗାଡିରୁ ଭାରସାମ୍ୟ ହରାଇବାରୁ ରାସ୍ତାକଡରେ ଛଟିକି ପଡିଥିଲେ । ଏ ଦୁର୍ଘଟଣା ସମ୍ପର୍କରେ ଆମ୍ବୁଲେନ୍ସ ସେବା ପାଇଁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ଆମ୍ବୁଲେନ୍ସ ସେବା ମିଳିନଥିଲା । ଶେଷରେ ଅଗ୍ନିଶମ ବାହିନୀର ସହାୟତାରେ ଯୁବକଙ୍କୁ ଉଦ୍ଧାର କରି କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଛି କିନ୍ତୁ ଅବସ୍ଥା ଗୁରୁତର ଥିବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯିବା ପାଇଁ ସ୍ୱାସ୍ତ୍ୟ କେନ୍ଦ୍ର ତରଫରୁ ପରାମର୍ଶ ଦିଆଯାଇଛି ।

- Advertisement -

ସୂଚନାଯୋଗ୍ୟଯେ କଲମପୁର ଥୁଆମୁଳ ରାମପୁର ମୁଖ୍ୟ ରାସ୍ତାର କୁଲେଇଜୋର ଏକ ବିପଦ ସଂକୁଳ ବୁଲାଣି । ଯାହାରି ଫଳରେ ଅନେକ ସମୟରେ ଏହି ବୁଲାଣି ନିକଟରେ ଦୁର୍ଘଟଣା ଘଟୁଛି । ତେଣୁ ଏହି ରାସ୍ତା ନିର୍ମାଣ ଦାୟୀତ୍ୱରେ ଥିବା ପି.ଡବ୍ଲ୍ୟୁ.ଡି ବିଭାଗ ଗୁରୁତ୍ୱ ଦେବା ସହ ସ୍ଥାନୀୟ ପୁଲିସ ଏହାକୁ ବ୍ଲାକ ସ୍ପଟ ଭାବେ ଘୋଷଣା କରିବା ପାଇଁ ସାଧାରଣରେ ଦାବି ହେଉଛି ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories