www.samajalive.in
Monday, December 15, 2025
24.1 C
Bhubaneswar

ବିଭାଗୀୟ ଅଣଦେଖା – ସମସ୍ୟା ଭିତରେ ବଡ଼ମ୍ବା ଉପକାରାଗାର, କର୍ମଚାରୀଙ୍କ ବାସଘର ଛାତରୁ ବି ଗଳୁଛି ବର୍ଷାପାଣି

ବଡ଼ମ୍ବା –  ରାଜ୍ୟ ସରକାରଙ୍କ ନିଷ୍ପତି କ୍ରମେ ବଡ଼ମ୍ବାରେ ସବଜଜ୍‌ କୋର୍ଟ ଖୋଲିବ ଏବଂ ବ୍ଲକ ଅନ୍ତର୍ଗତ ମାଣିଆବନ୍ଧ ଫାଣ୍ଡି ଥାନାରେ ପରିବର୍ତ୍ତିତ ହେବ । ହେଲେ ବିଡ଼ମ୍ବନା ଏସବୁ ସମ୍ଭାବ୍ୟ ପ୍ରତିଷ୍ଠାନ ସହିତ ସଂଶ୍ଳିଷ୍ଟ ସଦରମହକୁମାରେ ଅବସ୍ଥିତ ବଡ଼ମ୍ବା ଉପକାରାଗାର ସରକାରଙ୍କ ଅଣଦେଖାରୁ ନାନା ସମସ୍ୟା ଦେଇ ଗତିକରୁଥିବା ଜଣାପଡ଼ିଛି । ରାଜରାଜୁଡ଼ା ସମୟର ଅର୍ଥାତ୍‌ ୧୯୨୬ ମସିହାରେ ସ୍ଥାପିତ ରାଜ୍ୟର ଅନ୍ୟତମ ଏହି ବହୁପୁରାତନ ଉପକାରାଗାର ପ୍ରତି ଜାଣିଶୁଣି ଅବହେଳା କରାଯାଉଥିବା ହୃଦବୋଧ କରିବାସହିତ ସ୍ଥାନୀୟ ଓକିଲସଂଘରେ ଏନେଇ ଗଭୀର ଉଦ୍‌ବେଗ ପ୍ରକାଶପାଇଛି । କାରାଗାରରେ ଆବଶ୍ୟକ ସୁବିଧା ନଥିବାରୁ କୋଭିଡ ସମୟରେ କିଛିମାସ ଧରି ଏହାକୁ ବନ୍ଦ୍‌ କରାଯାଇଥିଲା । ଫଳସ୍ୱରୁପ ଏହାର କର୍ମଚାରୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବାରେ ଉଭୟ କର୍ମଚାରୀ,କାରାଗାର ଅନ୍ତେବାସୀ,ଆଇନଜୀବୀ ତଥା ବିଚାରାଧୀନ ବନ୍ଦୀଙ୍କ ଆତ୍ମୀୟ ସ୍ୱଜନ ସମସ୍ତେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଲେ ।

 

- Advertisement -

। ଓକିଲସଂଘ,ନାଗରିକ ମଞ୍ଚ ଏବଂ ସର୍ବଦଳୀୟ ମିଳିତ କ୍ରିୟାନୁଷ୍ଠାନ କମିଟି ଗଠନ କରାଯାଇ ଶେଷରେ ସ୍ଥାନୀୟ ବିଧାୟକ ଦେବୀପ୍ରସାଦ ମିଶ୍ର  ହସ୍ତକ୍ଷେପ ପରେ ରାଜ୍ୟ ସରକାରଙ୍କ ବିଭାଗୀୟ ମନ୍ତ୍ରୀ ଏବଂ ଉଚ୍ଚ ପଦାଧିକାରୀ ଏହି ଉପକାରାଗାରକୁ ପୁନଃ କାର୍ଯ୍ୟକ୍ଷମ କରାଇବାକୁ ନିଷ୍ପତି ନେଲେ । ଫଳସ୍ୱରୁପ ଏହି ଉପକାରାଗାର ଗତବର୍ଷ ସେପ୍ଟେମ୍ବର ମାସ ୨୬ ତାରିଖରେ ବିଧାୟକଙ୍କ ଦ୍ୱରା ଫିତା କଟାଯାଇ ପୁନଃ କାର୍ଯ୍ୟକ୍ଷମ ହେଲା । ପରିତାପର ବିଷୟ ଇତି ମଧ୍ୟରେ ପ୍ରାୟ ବର୍ଷେ ବିତାଯାଇଥିଲେ ବି ଏପର୍ଯ୍ୟନ୍ତ ଏହାର ରକ୍ଷଣାବେକ୍ଷଣ,ପରିମଳ ପରିଛନ୍ନତା,କର୍ମଚାରୀଙ୍କ ଲାଗି ସୁରକ୍ଷିତ ବାସସ୍ଥାନ,କାର୍ଯ୍ୟାଳୟ ମରାମତି ଦିଗରେ କୌଣସି ପଦକ୍ଷେପ ନିଆଯାଇନଥିବା ଜଣାପଡ଼ିଛି । ପ୍ରକାଶଥାଉକି ପୁନଃ କାର୍ଯ୍ୟକ୍ଷମ ଅବ୍ୟବହିତ ପୂର୍ବରୁ ଜିଲାପାଳ,ବିଭାଗୀୟ ଉଚ୍ଚ ପଦାଧିକାରୀଙ୍କ ସମେତ ବିଧାୟକ ନିଜେ ଏହାର ପରିସର ପରିଦର୍ଶନ କରିଥିଲେ । ମରାମତି ଲାଗି ସଂପୃକ୍ତ ଅଧିକାରୀଙ୍କୁ ଉକ୍ତ ସମୟରେ ନିର୍ଦେଶ ଦିଆଯାଇଥିଲେ ସୁଦ୍ଧା ଆଶ୍ଚର୍ଯ୍ୟର ବିଷୟ ଏପର୍ଯ୍ୟନ୍ତ ସେଦିଗରେ ପଦକ୍ଷେପ ନିଆଯାଇନାହିଁ । ଫଳସ୍ୱରୁପ କାରାଗାର କାର୍ଯ୍ୟାଳୟ,ଅନ୍ତେବାସୀ ତଥା କର୍ମଚାରୀଙ୍କ ବସାଘର ଛାତରୁ ପାଣିଗଳୁଥିବା ଜଣାଯାଇଛି । ସେହିଭଳି କିଛିବର୍ଷଧରି ସଫେଇଦି କାର୍ଯ୍ୟ କରାଯାଇନଥିବାରୁ କାରାଗାର କାନ୍ଥବାଡ଼ ଏବଂ ପାଚେରୀରେ ଶୀଉଳି ଚଢିଗଲାଣି । ଅନୁସଂଧାନରୁ ଆଉ ମଧ୍ୟ ଜଣାଯାଇଛି ଯେ ଏହି ଉପକାରାଗାର ଲାଗି ନିଯୁକ୍ତି ପାଇଥିବା ଡାକ୍ତର,ଫାରମାସିଷ୍ଟ ଅନ୍ୟତ୍ର କାର୍ଯ୍ୟକରୁଥିବା ବେଳେ ଆବଶ୍ୟକ ୱାର୍ଡ଼ର ଏବଂ ସଫେଇ କର୍ମଚାରୀଙ୍କ ଅଭାବ ଥିବା ପ୍ରକାଶ । ସଫେଇ କର୍ମଚାରୀ ନଥିବାରୁ ଉପକାରାଗାରର ଭିତର ପରିସରର ପରିମଳ ପରିଛନ୍ନତା ଅନ୍ତେବାସୀ କଏଦୀମାନେ ନିଜେନିଜେ କରୁଥିବା ଜଣାଯାଇଛି । ସେହିଭଳି ଦେଖାଚାହାଁ ଅଭାବରୁ ଏହାର ସୁଉଚ୍ଚ ପାଚେରୀ ବାହାରେ ଗଛଲଟା ମାଡ଼ିବା ତଥା କାରାଗାର ବାହ୍ୟ ପରିସରରେ ପଡ଼ିଥିବା କୁଢକୁଢ ମଇଳାକୁ କିଏ ସଫା କରିବ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ।

ମୋଟାମୋଟି ଦେଖିବାକୁ ଗଲେ କତୃପକ୍ଷଙ୍କ ଅବହେଳାରୁ ଏହି ଉପକାରାଗାରକୁ   ଜାଣିଶୁଣି ଅଣଦେଖା କରାଯାଇଛି ବୋଲି ଓକିଲସଂଘ ତରଫରୁ ଅଭିଯୋଗ ହୋଇଛି । ସଂଘ ତରଫରୁ ଏନେଇ ଉଦ୍‌ବେଗ ପ୍ରକାଶ ପାଇବାରେ ଗତ ସୋମବାର ଏକ ଜରୁରୀ ବୈଠକ ଆଗତ କରାଯାଇ ଏ ସଂକ୍ରାନ୍ତରେ ସବିଶେଷ ଆଲୋଚନା କରାଯାଇଥିଲା । ଓକିଲସଂଘର ସଭାପତି ଆଇନଜୀବୀ ସନ୍ତୋଷକୁମାର ବେହେରା,ସମ୍ପାଦକ ଶୈଳେନ୍ଦୁଭୂଷଣ ମଲ୍ଲିକ,ବରିଷ୍ଠ ଆଇନଜୀବୀ କୈଳାସଚନ୍ଦ୍ର ଜେନା,ସନ୍ତୋଷକୁମାର ପଟ୍ଟନାୟକ,ଦୁର୍ଗାପ୍ରସାଦ ସାହୁ,ବିଦୁଭୂଷଣ ମହାନ୍ତି ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ଏହି ପୁରାତନ ଉପକାରାଗାରର ସୁରକ୍ଷା ତଥା ସମସ୍ତ ବ୍ୟବସ୍ଥାକୁ ବ୍ୟବସ୍ଥିତ କରିବାକୁ ରାଜ୍ୟ ସରକାର ତୁରନ୍ତ ଦୃଷ୍ଟି ଦେବାକୁ ଦାବି କରିଥିଲେ ।

 

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories