www.samajalive.in
Monday, December 15, 2025
16.1 C
Bhubaneswar

ଗାଡିର ମଝି ସିଟ ତଳେ ଅତ୍ୟନ୍ତ ଗୋପନୀୟ ଭାବେ ଏକ ଚାମ୍ବର କରାଯାଇ ଗଞ୍ଜେଇ ଚୋରା ଚାଲାଣ – ଧରା ପଡିଲେ ଦୁଇ ଚାଲାଣକାରୀ

ସମ୍ବଲପୁର : ସମ୍ବଲପୁର ଦେଇ ନିୟମିତ ଗଞ୍ଜେଇ ଚାଲାଣ ହେଉଥିବାର ଅଭିଯୋଗ ହୋଇ ଆସୁଥିବା ବେଳେ କିଛି ଦିନ ହେବ ଅବକାରୀ ବିଭାଗ ପକ୍ଷରୁ ନିୟମିତ ଏହା ଉପରେ ଅଙ୍କୁଶ ଲଗାଇବା ପାଇଁ ଜୋରସୋରରେ ଚେକିଂ କରାଯାଉଛି । ଏହି କ୍ରମରେ ବିଶ୍ୱସ୍ତସୂତ୍ରରୁ ଖବର ପାଇ ରବିବାର ଅବକାରୀ ଆୟୁକ୍ତ ଆଶିଷ କୁମାର ସିଂ ଙ୍କ ନିର୍ଦ୍ଦେଶ କ୍ରମେ ଏବଂ ଅବକାରୀ ଉପ ଆୟୁକ୍ତ ରାଜେନ୍ଦ୍ର ଭତ୍ରା ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଇନିସ୍ପକ୍ଟେର ଶଶିକାନ୍ତ ଦତ୍ତା ଙ୍କ ନେତୃତ୍ୱରେ ଏକ ଦଳ ସମ୍ବଲପୁର ଜିଲା ଧମା ଥାନା ଅର୍ନ୍ତଗତ ଦେଓଗାଁ ଠାରେ ରାଜ୍ୟ ରାଜପଥ ୧୫ ଠାରେ ଏକ ସନ୍ଦିଗ୍ଧ ବୋଲେରୋ ଜିପ (ଓଡି – ୦୩ – କ୍‌ୁ୍ୟ – ୫୨୬୨) କୁ ବୁଧବାର ପୂର୍ବାହ୍ନରେ ଧରିଥିଲେ ।

ଯାଞ୍ଚ ସମୟରେ ଗାଡିର ମଝି ସିଟ ତଳେ ଅତ୍ୟନ୍ତ ଗୋପନୀୟ ରୂପେ ଏକ ଚାମ୍ବର କରାଯାଇ ସେଠାରେ ଲୁଚାଇ ରଖାଯାଇଥିବା ୩୪ କିଗ୍ରା ଗଞ୍ଜେଇ ଜବତ ହୋଇଥିଲା । ଏହି ଅବୈଧ୍ୟ ଗଞ୍ଜେଇକୁ କନ୍ଧମାଳ ଜିଲାର ବାଲିଗୁଡା ଅଞ୍ଚଳ ନିବାସୀ ବ୍ରହ୍ମକାନ୍ତ ଦିଗଲ (୩୨) ଓ କୁମୁଦ ସାଗରିଆ (୨୫) ବାଲିଗୁଡାରୁ ଭାୟା ସୋନପୁର, ସମ୍ବଲପୁର, ସୁନ୍ଦରଗଡ ଦେଇ ଛତିଶଗଡ ରାଜ୍ୟକୁ ଚୋରାରେ ଚାଲାଣ କରୁଥିଲେ । ଜବତ ହୋଇଥିବା ଗଞ୍ଜେଇ, ଗାଡି ଓ ଅନ୍ୟାନ୍ୟ ସାମଗ୍ରୀ ଗୁଡିକର ଆନୁମାନିକ ମୂଲ୍ୟ ୯ ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏ ସର୍ମ୍ପକରେ ଅବକାରୀ ବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତ ଦ୍ୱୟ ଙ୍କୁ ଗିରଫ କରି ଅଦାଲତକୁ ଚାଲାଣ କରାଯାଇଛି । ସୂଚନାଯୋଗ୍ୟ ଯେ, ବିଗତ ୨ ମାସ ମଧ୍ୟରେ ବିଭିନ୍ନ ସମୟରେ ଅବୈଧ୍ୟ ଗଞ୍ଜେଇ ଚାଲାଣ ଉପରେ ଚଢ଼ଉ କରାଯାଇ ୪କ୍ୱିଣ୍ଟାଲରୁ ଉର୍ଦ୍ଧ ଗଞ୍ଜେଇ, କାର, ଜିପ ଆଦି ସମେତ ୧୦ରୁ ଉର୍ଦ୍ଧ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରି ଅଦାଲାତକୁ ଚାଲାଣ କରିଛି । ଏହା ସତ୍ୱେ ଅବୈଧ୍ୟ ଗଞ୍ଜେଇ ଚାଲାଣ ସମୟରେ ଧରା ପଡୁଥିବାରୁ ଏହାକୁ ବନ୍ଦ କରିବା ନିମନ୍ତେ ବିଭାଗକୁ ଆହୁରୀ କଡା ପଦକ୍ଷେପ ନେବା ଉଚିତ ବୋଲି ସବୁ ମହଲରୁ ମତ ପ୍ରକାଶ ପାଉଛି ।

Hot this week

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

Related Articles

Popular Categories