ଇବ ଷ୍ଟେସନରେ ନିରାପତ୍ତା ସମ୍ବନ୍ଧୀୟ କାର୍ଯ୍ୟ ପାଇଁ ରେଳ ଚଳାଚଳ ଆଂଶିକ ବ୍ୟାହତ

ସମ୍ବଲପୁର : ଦକ୍ଷିଣ ପୂର୍ବ ରେଳବାଇ ଅର୍ନ୍ତଗତ ବିଲାସପୁର ରେଳ ମଣ୍ଡଳ ଅଧିନସ୍ଥ ରାୟଗଡ ଓ ଝାରସୁଗୁଡା ରେଳବାଇ ସେକ୍ସନ ମଧ୍ୟରେ ସ୍ଥିତ ଇବ ଷ୍ଟେସନ ଠାରେ ୪ର୍ଥ ରେଳ ଧାରଣା କାର୍ଯ୍ୟକ୍ଷମ ପାଇଁ ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ଜାରି ରହିଛି । ଏଣୁ ପୁର୍ବତଟ ରେଳପଥ ଅର୍ନ୍ତଗତ ଅଞ୍ଚଳରୁ ଛାଡୁଥିବା କିଛି ରେଳଗାଡି ଗୁଡିକର ଚଳାଚଳ ବ୍ୟାହତ ହୋଇଛି । ଭୁବନେଶ୍ୱର ଠାରୁ ଚଳିତ ମାସର ୨୨, ୨୬ ଏବଂ ୨୯ ତାରିଖରେ ଏବଂ ମୁମ୍ବାଇ ଏଲଟିଟି ଠାରୁ ୨୪, ୨୮ ଏବଂ ଅକ୍ଟୋବର ୧ ତାରିଖରେ ଛାଡିବାକୁ ଥିବା ରେଳଗାଡି ସଂଖ୍ୟା ୧୨୮୮୦/୧୨୮୭୯ ଭୁବନେଶ୍ୱର – ଏଲଟିଟି – ଭୁବନେଶ୍ୱର ଏକ୍ସପ୍ରେସର ଚଳାଚଳ ବାତିଲ ରହିବ । ପୁରୀ ଠାରୁ ଚଳିତ ମାସର ୨ ତାରିଖ ଏବଂ ମୁମ୍ବାଇ ଏଲଟିଟି ଠାରୁ ଛାଡିବାକୁ ଥିବା ରେଳଗାଡି ସଂଖ୍ୟା ୨୨୮୬୬/୨୨୮୬୫ ପୁରୀ – ଏଲଟିଟି – ପୁରୀ ଏକ୍ସପ୍ରେସର ଚଳାଚଳ ବନ୍ଦ ରହିବ । ବିଶାଖାପଟମରୁ ୨୩, ୨୪ ଓ ୨୭ ଏବଂ ଅମୃତସରରୁ ୨୪,୨୫ ଓ ୨୮ ତାରିଖରେ ରେଳଗାଡି ସଂଖ୍ୟା ୨୦୮୦୭/୨୦୮୦୮ ବିଶାଖାପଟନମ – ଅମୃତସର – ବିଶାଖାପଟନମ ହୀରାକୁଦ ଏକ୍ସପ୍ରେସ ଚଳାଚଳ କରିବ ନାହିଁ ।

prayash

ସେହିଭଳି ଚଳିତ ମାସର ୨୩ ତାରିଖରେ ଭାସ୍କୋ – ଡା –ଗାମା ରୁ ଏବଂ ଜସିଡିହ ରୁ ୨୬ ତାରିଖରେ ଛାଡିବାକୁ ଥିବା ରେଳଗାଡି ସଂଖ୍ୟା ୧୭୩୨୧/୧୭୩୨୨ ଭାସ୍କୋ – ଡା –ଗାମା – ଜସିଡିହ – ଭାସ୍କୋ – ଡା –ଗାମା ଉଭୟ ପାଶ୍ୱର୍ରୁ ନିର୍ଦ୍ଧାରିତ ମାର୍ଗ ପରିବର୍ତ୍ତେ ସିକନ୍ଦରାବାଦ – ବିଜୟୱାଡା – ଭୁବନେଶ୍ୱର – ନରାଜ ମାର୍ଥାପୁର – ସମ୍ବଲପୁର ସିଟି ଏବଂ ଝାରସୁଗୁଡା ଦେଇ ଚଳାଚଳ କରିବ ବୋଲି ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି ।

Comments are closed.