ବୁର୍ଲା ଭିସୁଟରେ ଅମୃତ ମହୋତ୍ସବ

ବୁର୍ଲା : ଆଜାଦୀର ଅମୃତ ମହୋତ୍ସବର ପୁର୍ତ୍ତି ଅବସରରେ ସଂସ୍କୃତି ମନ୍ତ୍ରଣାଳୟ ସାମାଜିକ ଏବଂ ସାସ୍କୃତିକ ଅଧ୍ୟୟନ ପ୍ରତିଷ୍ଠାନ ଏବଂ ଏନଏସଏସ ବ୍ୟୁରୋ ଭିସୁଟର ମିଳିତ ଆନୁକୁଲ୍ୟରେ ଭାରତୀୟ ସ୍ୱାଧିନତା ଆନ୍ଦୋଳନରେ ଆଧାରିତ ଏକ ସେମିନାର କ୍ରାନ୍ତିତୀର୍ଥ ଅନୁଷ୍ଠିତ ହୋଇଛି। ଏଥିରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ବଂଶୀଧର ମାଝୀ, ମୁଖ୍ୟବକ୍ତା ଶଙ୍କର ପଣ୍ଡା ଏବଂ ଓ ଡ଼ିଶା ମୁକ୍ତ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଏକେ ଦାସ ମହାପାତ୍ର ଯୋଗ ଦେଇଥିଲେ। ପଶ୍ଚିମ ଓଡ଼ିଶାର ସ୍ୱାଧିନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କର ପରିବାର ବର୍ଗ ମଧ୍ୟ ଉପସ୍ତିତ ରହିଥିଲେ। ଏହି ଅବସରରେ ଗତ ୧୬ ତାରିଖ ଦିନ ଏକ ସାଧାରଣ ଜ୍ଞାନ ଏବଂ ରଙ୍ଗୋଲି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ସ୍ୱାଗତ ଅଭିଭାଷଣ କୁଳପତି ପ୍ରଫେସର ମାଝୀ ପ୍ରଦାନ କରିଥିଲେ। ଭାରତରେ ସ୍ୱାଧିନତା ସଂଗ୍ରାମୀ ଏବଂ ଆଗାମୀ ସମୟରେ ଯୁବବର୍ଗ ବୋଲି କହିଥିଲେ। ମୁଖ୍ୟବକ୍ତା ଶଙ୍କର ପଣ୍ଡା ଭାରତର ଇତିହାସରେ ଲିପିବଦ୍ଧ ହୋଇ ନ ଥିବା ସଂଗ୍ରାମୀ ମାନଙ୍କ ଅବଦାନ ବିଷୟରେ କହିଥିଲେ। ଓ ଡ଼ିଶା ମୁକ୍ତାକାଶ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ମହାପାତ୍ର ନିଜ ଅଭିଭାଷଣ ବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରୋଗ୍ରାମ ଅଫିସର ପ୍ରଫେସର ପ୍ରିୟଦର୍ଶି ତାପସ ରଞ୍ଜନ ସ୍ୱାଇଁ, ଡ ନିବେଦିତା ପଟେଲ, ଡ ବିଭୁତି ପ୍ରସାଦ ସାହୁ, ଯୁବ ସଙ୍ଗଠକ ଚନ୍ଦ୍ରଶେଖର, ସଂଯୋଜିକା ଡ ନୁତନ ସାହା, ଛାତ୍ର ସଂଯୋଜକ ଜ୍ୟୋତିପ୍ରକାଶ ବରାଳ ଆୟୋଜିତ କରିଥିଲେ।

Comments are closed.