ଥାନାରେ ସର୍ପାଘାତ, ଶିଶୁ ମୃତ

କୋଣାର୍କ: ଅସ୍ତରଙ୍ଗ ଥାନା ପରିସରରେ ଅଭାବନୀୟ ଘଟଣା। ଥାନାରେ ସର୍ପାଘାତ ଯୋଗୁଁ ୨ ବର୍ଷର ଶିଶୁ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଆଜି ଜଣେ ମହିଳା ତାଙ୍କ ଛୋଟ ପିଲାଙ୍କୁ ଧରି ଥାନାକୁ ଆସିଥିଲେ। ଥାନା ପରିସରରେ ଅପେକ୍ଷା କରିଥିବାବେଳେ ତାର ପିଲାକୁ ସାପ କାମୁଡ଼ିଦେଇଥିଲା। ଏହାପରେ ପିଲାଟିକୁ ଚିକିତ୍ସା ପାଇଁ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ମେଡ଼ିକାଲରେ ଡାକ୍ତର ଶିଶୁକ ମୃତ ଘୋଷଣା କରିଥିଲେ। ଶିଶୁଟିର ମୃତ୍ୟୁକୁ ନେଇ ଥାନା ପରିସରରେ ଉତ୍ତେଜନା ଲାଗି ରହିଛି। ସମ୍ପୃକ୍ତ ମହିଳା ଓ ପରିବାର ସଦସ୍ୟ ନ୍ୟାୟ ଦାବିରେ ଥାନା ପରିସରରେ ଧାରଣା ଦେଇଛନ୍ତି। ଏ ସଂକ୍ରାନ୍ତରେ ଅସ୍ତରଙ୍ଗ ଥାନ ପକ୍ଷରୁ କୌଣସି ପ୍ରତିକ୍ରିୟା ଦିଆଯାଇନାହିଁ।

Comments are closed.