ପୁଣି ଏକ ଓଡ଼ିଆ ସିନେମାକୁ ବିରୋଧ: ପୋଷ୍ଟର ଜାଳିଲେ, ନାରାବାଜି କଲେ

ବଲାଙ୍ଗିର: ଗତ କିଛିଦିନ ହେବ ଓଲିଉଡ଼ ଶିଳ୍ପରେ ଦେଖାଦେଇଛି ଜୋରଦାର ବିବାଦ। ଆଉ ଏହି ବିବାଦ ଦିନକୁ ଦିନ ତେଜିବାରେ ଲାଗିଛି। ଅଭିନେତା ମନୋଜ ମିଶ୍ରଙ୍କ ସହ ବିବାଦକୁ ନେଇ ଓଲିଉଡ଼ରେ ବର୍ତ୍ତମାନ ଝଡ଼ ଉଠିଥିବା ବେଳେ ପ୍ରାୟ ପ୍ରତ୍ୟେକ ଦିନ କିଛି ନା କିଛି ନୂଆ ଅଭିଯୋଗ ସହ ନୂଆ ମୋଡ଼ ନେଉଛି ଏହି ଘଟଣା। ଇତି ମଧ୍ୟରେ ସୋମବାର ବଲାଙ୍ଗୀର ଜିଲା କଣ୍ଟାବାଞ୍ଜିସ୍ଥିତ ଆଲିସାନ୍ ସିନେମା ହଲ୍‌ରେ ପୁଣି ଏକ ଓଡ଼ିଆ ଚଳଚ୍ଚିତ୍ରକୁ ବିରୋଧ ପ୍ରଦର୍ଶନ କରାଯାଇଛି।  ‘ମାଇଁ ସୁଇଟ୍ ହାଉସ୍‌ ୱାଇଫ୍‌’ ଓଡ଼ିଆ ଚଳଚ୍ଚିତ୍ରକୁ କୋଶଳ ରାଜ୍ୟ ମୁକ୍ତି ମୋର୍ଚ୍ଚା(କେଏମଏମ) ବିରୋଧ କରିଥିବା ଦେଖିବାକୁ ମିଳିଛି। ଫିଲ୍ମର ପୋଷ୍ଟର ଚିରି ଏଥିରେ ନିଆଁ ଲଗାଇବା ସହ ନାରାବାଜି କରି ଫିଲ୍ମ ପ୍ରଦର୍ଶନକୁ ବିରୋଧ କରିଛି କେଏମଏମ।

ସୂଚନାଯୋଗ୍ୟ, ପୂର୍ବରୁ ମଧ୍ୟ କେତୋଟି ଓଡ଼ିଆ ଚଳଚ୍ଚିତ୍ର ଓ କଳାକାରଙ୍କୁ ବିରୋଧ କରାଯିବା ସହ ପୋଷ୍ଟର ଚିରାଯାଇଛି।

Comments are closed.