bjd gruha runa

ସମ୍ମାନ ଲକ୍ଷ୍ୟରେ ସିଏସ୍‌କେ; କର ବା ମର ସ୍ଥିତିରେ କଲକାତା

BJD Bijuli 480×75 Mob

ଦୁବାଇ: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ତ୍ରୟୋଦଶତମ ସଂସ୍କରଣର ଗୁରୁବାର ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡ଼ିୟମରେ ଚେନ୍ନଇ ସୁପରକିଙ୍ଗ୍‌ସ ଓ କଲକାତା ନାଇଟ୍‌ ରାଇଡର୍ସ ମୁହାଁମୁହିଁ ହେବେ। ଚେନ୍ନଇ ସୁପରକିଙ୍ଗ୍‌ସ ପ୍ଳେ ଅଫ ଦୌଡ଼ରୁ ବାଦ୍‌ ପଡ଼ିଥିବାବେଳେ କଲକାତା ନାଇଟ୍‌ ରାଇଡର୍ସ ପାଇଁ ଉକ୍ତ ମ୍ୟାଚ ବେଶ ଗୁରୁତ୍ବପୂର୍ଣ୍ଣ।

ଇୟାନ ମୋର୍ଗାନଙ୍କ ନେତୃତ୍ବାଧିନ କଲକାତା ନାଇଟ୍‌ ରାଇଡର୍ସ ୧୨ଟି ମ୍ୟାଚରୁ ୬ଟି ବିଜୟ ଓ ୬ଟି ପରାଜୟ ସହ ୧୨ ପଏଣ୍ଟ ପାଇଛି। ଦଳକୁ ପ୍ଳେ ଅଫକୁ ଉନ୍ନୀତ ହେବା ନେଇ ଶେଷ ଦୁଇ ମ୍ୟାଚ ବିଜୟୀ ହେବା ଏକାନ୍ତ ଆବଶ୍ୟକତା ରହିଛି। ଓପନର ଶୁବମାନ୍‌ ଗିଲ୍‌, ଇୟାନ ମୋର୍ଗାନ, ନିତିଶ ରାଣା, ଦିନେଶ କାର୍ତ୍ତିକଙ୍କ ଭଳି ବ୍ୟାଟ୍‌ସମ୍ୟାନ ରହିଥିଲେ ମଧ୍ୟ ଦଳ ବ୍ୟାଟିଂ ବିଫଳତା​‌ ସଦାସର୍ବଦା ମୁଖ୍ୟ ସମସ୍ୟା ହୋଇଛି। ସେହିପରି ବୋଲିଂରେ ଫର୍ଗୁସନ, ପ୍ୟାଟ୍‌ କମିନ୍ସ, ସୁନୀଲ ନାରାୟଣ, ବରୁଣ ଚକ୍ରବର୍ତ୍ତୀ ରହିଛନ୍ତି। ଦଳ ପ୍ରଥମ ରାଉଣ୍ଡ ମ୍ୟାଚରେ ଚେନ୍ନଇ ସୁପରକିଙ୍ଗ୍‌ସକୁ ୧୦ରନରେ ପରାସ୍ତ କରିଥିଲା। ଉକ୍ତ ସଫଳତାକୁ ବଜାୟ ଲକ୍ଷ୍ୟ ନେଇ ଖେଳିବ। ସେହିପରି ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ବାଧିନ ଚେନ୍ନଇ ସୁପରକିଙ୍ଗ୍‌ସ ୧୨ଟି ମ୍ୟାଚରୁ ୪ଟି ବିଜୟ ଓ ୮ଟି ପରାଜୟ ସହ ପ୍ଳେ ଅଫରୁ ବାଦ୍‌ ପଡ଼ିଛି। ଦଳ ଶେଷ ୨ ଲିଗ୍‌ ମ୍ୟାଚ ବିଜୟ ସହ ଅଭିଯାନ ଶେଷ କରିବ​‌ା ଲକ୍ଷ୍ୟ ରଖିଛି। ଦଳରେ ସାମିଲ ଥିବା ବରିଷ୍ଠ ଖେଳାଳିଙ୍କ ବଦଳରେ ଏକାଧିକ ଯୁବ ଖେଳାଳିଙ୍କୁ କଲକାତା ବିପକ୍ଷରେ ଖେଳାଇବାର ସମ୍ଭାବନା ରହିଛି। ଦଳ ଉପରେ ବିଜୟ ଓ ପରାଜୟର କୌଣସି ଫରକ ନଥିବାବେଳେ ବିନା ଚାପରେ ଖେଳିବ। ସେନ୍ ୱାଟ୍‌ସନ, ଅମ୍ବାତି ରାଇଡୁ, ମୁରଲୀ ବିଜୟ, କେଦାର ଯାଦବ, ସାର୍ଦୁଳ ଠାକୁର ଆଦି ଖେଳାଳିଙ୍କ ବଦଳରେ ଯୁବ ଖେଳାଳି ଋତୁରାଜ ଗାଏକ୍ବାର୍ଡ, ଆର ସାଇ କିଶୋର, ମନୁ କୁମାର ଆଦି ଖେଳାଳିଙ୍କୁ ସୁଯୋଗ ମିଳିପାରେ। ଉଭୟ ଦଳର ପ୍ରଦର୍ଶନକୁ ଦେଖିଲେ କାହାକୁ ଫେଭରିଟ୍‌ ବିବେଚନା କରିବା କଷ୍ଟକର। ତଥାପି ମ୍ୟାଚ ପ୍ରତିଦ୍ବନ୍ଦ୍ବିତା ହେବା ନେଇ ଅନୁମାନ କରାଯାଉଛି।

Comments are closed.