www.samajalive.in
Sunday, December 7, 2025
26.1 C
Bhubaneswar

ରଘୁନାଥପୁରରେ ଅଗ୍ନିକାଣ୍ଡ ଦୁଇ ବଖରା ଘର ପାଉଁଶ

ଖୁଣ୍ଟା : ମୟୁରଭଞ୍ଜ ଜିଲା ଖୁଣ୍ଟା ବ୍ଲକ ଅନ୍ତର୍ଗତ ବାହାନଡା ପଞ୍ଚାୟତ ଅଧୀନ ରଘୁନାଥପୁର ଗ୍ରାମରେ ଅଗ୍ନିକାଣ୍ଡ ଘଟି ରାମଚନ୍ଦ୍ର ହାଁସଦାଙ୍କ ଦୁଇ ବଖରା ଘର ଜଳିଯାଇଛି।

https://www.youtube.com/watch?v=bIm50hcAtBU&feature=youtu.be

- Advertisement -

ଘର କଡରେ ଥିବା ନଡା ଗଦାରେ ନିଆଁ ଲାଗିଥିବା ଜାଣିବା ପରେ ସ୍ଥାନୀୟଲୋକେ ଖୁଣ୍ଟା ଦମକଳ କେନ୍ଦ୍ରକୁ ଖବର ଦେବା ସହ ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ। ତେବେ ଦମକଳ ବାହିନୀ ନିଆଁ ଆୟତ କରିଥିଲେ ମଧ୍ୟ ନଡା ଗଦା ସହିତ ଉକ୍ତ ଘରଟି ସମ୍ପୂର୍ଣ୍ଣ ଜଳିଯାଇଥିଲା। ରାମଚନ୍ଦ୍ର ବିପିଏଲ ବର୍ଗର ହୋଇଥିବା ବେଳେ ସ୍ଥାନୀୟ ସରପଞ୍ଚ ଧନେଶ୍ୱର ଟୁଡୁ ଓ ରାଜସ୍ୱ ଅଧିକାରୀ ଘଟଣା ସ୍ଥଳ ପରିଦର୍ଶନ କରି ପଲିଥିନ ସମେତ ଆବଶ୍ୟକ ଜରୁରୀ ସହାୟତା ଯୋଗାଇ ଦେଇଥିଲେ। ଘରର ସମସ୍ତ ଆସବାବ ପତ୍ର ଜଳି ଯାଇଥିବା ବେଳେ ତାଙ୍କୁ ସରକାରୀ ସାହାଯ୍ୟ ଯୋଗାଇ ଦେବାକୁ ଦାବି ହେଉଛି।

Hot this week

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

Related Articles

Popular Categories