କେରଳରେ ଆର୍‌ଏସ୍‌ଏସ୍‌, ସିପିଆଇଏମ୍‌ କର୍ମୀଙ୍କୁ ହତ୍ୟା

0

ତିରୁଅନନ୍ତପୁରମ୍‌ : କେରଳରେ ରାଜନୈତିକ ଉଦ୍ଦେଶ୍ୟ ରଖଃ ଆର୍‌ଏସ୍‌ଏସ୍‌ ଏବଂ ସିପିଆଇଏମ୍‌ର ୨ ଜଣ କର୍ମୀଙ୍କୁ ହତ୍ୟା କରାଯାଇଛି। ମାହେଠାରେ ସୋମବାର ରାତିରେ ଆର୍‌ଏସ୍‌ଏସ୍‌ କର୍ମୀ ପରମବାଠୁ ଶାମୋଜ ଅଟୋ ରିକ୍‌ସା ଚଳାଇ ଯାଉଥିବାବେଳେ କିଛି ଦୁର୍ବୁତ୍ତ ତାଙ୍କୁ ଟାଣି ଆଣି ହତ୍ୟା କରିଥିଲେ। ଏହାର ଘଣ୍ଟାକ ପରେ ରାଜନୈତିକ ଦୃଷ୍ଟିକୋଣରୁ ସମ୍ବେଦନଶୀଳ ଅଞ୍ଚଳ କନ୍ନୁର ଜିଲାରେ ସିପିଆଇଏମ୍‌ କର୍ମର୍ୀ କନ୍ନିପୋୟିଲ ବାବୁ (୪୫)ଙ୍କୁ ହତ୍ୟା କରାଯାଇଛି। ବାବୁ ମାହେ ଅନ୍ତର୍ଗତ ପାଲୁରର ମୂଳ ବାସିନ୍ଦା। ରାତି ପ୍ରାୟ ୯ଟା ୧୫ ମିନିଟ୍‌ରେ କିଛି ଲୋକ ତାଙ୍କୁ ନିଜ ଘରୁ ଘୋଷାରି ନେଇ ହତ୍ୟା କରିଥିଲେ। ରାଜ୍ୟରେ ବିଜେପି ଏବଂ ସିପିଆଇଏମ୍‌ ମଧ୍ୟରେ ହିଂସା ଲାଗିରହିଥିବାରୁ ରାଜନୈତିକ ଉଦ୍ଦେଶ୍ୟ ରଖି ଶାମୋଜ ଏବଂ ବାବୁଙ୍କୁ ହତ୍ୟା କରାଯାଇଥିବା କୁହାଯାଉଛି। ଏହି ହତ୍ୟାକାଣ୍ଡକୁ କେନ୍ଦ୍ର କରି ମଙ୍ଗଳବାର କନ୍ନୁର ଏବଂ ମାହେଠାରେ ଉତ୍ତେଜନା ପ୍ରକାଶ ପାଇଛି। ଲୋକେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ବନ୍ଦ ପାଳନ କରିଛନ୍ତି। ଶାମୋଜଙ୍କ ହତ୍ୟା ପଛରେ ସିପିଏମ୍‌ କର୍ମୀଙ୍କ ହାତ ଥିବା ପୁଲିସ ସନ୍ଦେହ କରୁଛି। ଉଭୟ ହତ୍ୟାକାଣ୍ଡର ତଦନ୍ତ ଚଲିଛି।

Leave A Reply