ଜିଲାସ୍ତରୀୟ ମିଳିତ ଅଭିଯୋଗଶୁଣାଣୀରେ ୨୪ ଅଭିଯୋଗର ତ୍ୱରିତ ଫଇସଲା

କେନ୍ଦୁଝରଗଡ: ଜିଲାପାଳ ଆଶିଷ ଠାକରେ ଏବଂ ଏସପି ନୀତିନ କୁଶଲକରଙ୍କ ଅଧ୍ୟକ୍ଷତାରେ ଦରବାରହଲାରେ ସୋମବାର ଜିଲାସ୍ତରୀୟ ମିଳିତ ଅଭିଯୋଗଶୁଣାଣୀ ଅନୁଷ୍ଠିତ ହୋଇଯାଇଛି। ଏହି ଅଭିଯୋଗଶୁଣାଣୀରେ ଗ୍ରହଣ ହୋଇଥିବା ମୋଟ ୯୧ଟି ଅଭିଯୋଗ ମଧ୍ୟରୁ ୨୪ଟି ଅଭିଯୋଗର ତୁରନ୍ତ ଫଇସଲା କରାଯାଇଥିଲା। ସମୁଦାୟ ଅଭିଯୋଗ ମଧ୍ୟରୁ ୧୦ଟି ଅଭିଯୋଗ ଗୋଷ୍ଠୀ ସମସ୍ୟା/ଗ୍ରାମ୍ୟ ସମସ୍ୟାମୂଳକ ହୋଇଥିବାବେଳେ ୮୧ଟି ଅଭିଯୋଗ ବ୍ୟକ୍ତିଗତ ସମସ୍ୟା ଥିଲା।

prayash

ଅନ୍ୟମାନଙ୍କ ମଧ୍ୟରେ ଡିଏଫଓ କେନ୍ଦୁଝର ଧନରାଜ ଏଚଡି, ଅତିରିକ୍ତ ଜିଲାପାଳ ଯଦୁମଣି ମହଲା, ଜିଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ, ପିଏ ଆଇଟିଡିଏ କେନ୍ଦୁଝର ତପନ କୁମାର ନାଏକ, କେନ୍ଦୁଝର ଉପଜିଲାପାଳ ରାମଚନ୍ଦ୍ର କିସ୍କୁ, ସଦର ଏସ୍ଡିପିଓ, ମହେନ୍ଦ୍ର୍ର ନାଥ୍ ମୁର୍ମୁ , ଜିଲା ମୁଖ୍ୟ ଚିକିତ୍ସା ଏବଂ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର କିଶୋର କୁମାର ପୃଷ୍ଟି, ଡେପୁଟି କଲେକ୍ଟର (ଆପତକାଳୀନ) ସୁରଞ୍ଜିକା ବେହେରା, ଡେପୁଟି କଲେକ୍ଟର କିରଣ କୁମାର ନାଏକ, କେନ୍ଦୁଝରଗଡ଼ ପୌରପାଳିକା ନିର୍ବାହୀ ଅଧିକାରୀ ଡା. ମଧୁସ୍ମିତା ସାମନ୍ତରାୟ, କେନ୍ଦୁଝର ସଦର ବିଡିଓ ତିଳୋତ୍ତମା ପୃଷ୍ଟି, କେନ୍ଦୁଝର ସଦର ତହସିଲଦାର ଇଷାନୀ ପଣ୍ଡାଙ୍କ ସମେତ ଜିଲାସ୍ତରୀୟ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଏହି ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ଏହି ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‍ ପାଣ୍ଠିରୁ ସହାୟତା ପାଇଁ ୧୨ଟି ଦରଖାସ୍ତ ଗ୍ରହଣ କରାଯାଇଥିଲା। ସୂଚନାଯୋଗ୍ୟ ଯେ, ୮ଜଣ ହିତାଧିକାରୀଙ୍କୁ ମୋଟରାଇଜଡ୍ ହୁଇଲ ଚେୟାର ଏବଂ ୩ଜଣ ହିତାଧିକାରୀଙ୍କୁ ୱାକର ପ୍ରଦାନ କରାଯାଇଥିଲା। ସ୍ନାତକଶ୍ରେଣୀରେ ଅଧ୍ୟୟନରତ ୧୧ଜଣ ଦୃଷ୍ଟି ଶକ୍ତିବାଧିତ ଛାତ୍ରଛାତ୍ରୀଙ୍କୁ ଭିନ୍ନକ୍ଷମ ସଶକ୍ତି କରଣ ବିଭାଗ ପକ୍ଷରୁ ଲାପ୍ଟପ୍ ପ୍ରଦାନ କରାଯାଇଥିବା ବେଳେ ଅଲ୍ ଓଡିଶା ପାରା ଆଥ୍ଲେଟିକସ୍ ପ୍ରତିଯୋଗିତାରେ ୨ଟି ପଦକ ହାସଲ କରିଥିବା ଭାନୁମତି ବେହେରାଙ୍କୁ ସ୍ୱତନ୍ତ୍ର ଭାବେ ଏହି ଅବସରରେ ସମ୍ବର୍ଦ୍ଧିିତ କରାଯାଇଥିଲା।

Comments are closed.