ମଶାଧୂଆଁରେ ଅଣନିଶ୍ବାସୀ ହୋଇ ସୁରକ୍ଷାକର୍ମୀ ମୃତ

କେନ୍ଦୁଝର: ମଶା ଧୂଆଁରେ ଅଣନିଶ୍ବାସୀ ହୋଇ ଜଣେ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ହୋଇଥିବାବେଳେ ଡ୍ରାଇଭର ଗୁରୁତର ହୋଇଛନ୍ତି। କେନ୍ଦୁଝରର ଏକ ଘରୋଇ କମ୍ପାନୀ କାର୍ଯ୍ୟାଳୟରେ ଏଭଳି ଅଭାବନୀୟ ଘଟଣା ଘଟିଛି।

ମିଳିଥିବା ସୂଚନା ଅନୁଯାୟୀ କେନ୍ଦୁଝରର ଏକ ଘରୋଇ କମ୍ପାନୀରେ ସୁରକ୍ଷାକର୍ମୀ ଓ ଡ୍ରାଇଭର ରାତିରେ ମଶା କଏଲ ଲଗାଇ ଶୋଇଥିଲେ। ସକାଳୁ ଉଭୟଙ୍କୁ ସଜ୍ଞାହୀନ ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲ ନିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ହୋଇଥିଲା। ଅପରପକ୍ଷରେ ଡ୍ରାଇଭର ଗୁରୁତର ଅବସ୍ଥାରେ ହସପିଟାଲରେ ଚିକିତ୍ସା ହେଉଥିବା ସୂଚନା ମିଳିଛି।

Comments are closed.