ବିଜ୍ଞାନ ଶିକ୍ଷକଙ୍କ ମାଡରେ ୪ ଛାତ୍ର ଆହତ, ବ୍ଲକ ଶିକ୍ଷା ଅଧିକାରୀଙ୍କ ତଦନ୍ତ ଆରମ୍ଭ

କଣ୍ଟାବାଞ୍ଜି: ଚଟୁଅନକା ଉନ୍ନତି ଉଚ୍ଚ ବିଦ୍ୟାଳରେ ଆଜି ଜଣେ ଶିକ୍ଷକଙ୍କ ମାଡରେ ଷଷ୍ଠ ଶ୍ରେଣୀ ୪ ଜଣ ଛାତ୍ର ଆହତ ହୋଇଥିବା ଅଭିଯୋଗ ହୋଇଥିଲା  । ଶିକ୍ଷକଙ୍କ ମାଡରେ ଛାତ୍ର ମାନେ ଆହତ ହେବା ଖବର ପାଇ କ୍ଲଷ୍ଟର ଗୋଷ୍ଠୀ ସାଧନ କର୍ମୀ ଅମର ବାଗ, ଅନ୍ୟ ଜଣେ ଶିକ୍ଷକଙ୍କ ସହ  ସ୍ଥାନୀୟ ଡାକ୍ତରଖାନାକୁ ପଠାଇଥିଲେ। କାର୍ଯ୍ୟରତ ଡାକ୍ତର ପିଲାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପରେ ଛାତ୍ରମାନେ  ସୁସ୍ଥ ହୋଇ ସ୍କୁଲକୁ  ଫେରିଥିବା ଗୋଷ୍ଠି ସାଧନ କର୍ମୀ ବାଗ ସୂଚନା ଦେଇଥିଲ ।
ଆଜି ବିଦ୍ୟାଳୟରେ ବିଶ୍ୱ ଓଡିଆ ଭାଷା ସମ୍ମିଳନୀ “ନୁଆ-ଓ” ଓଡିଆ ସାହିତ୍ୟ ପ୍ରତିଯୋଗିତା କାର୍ଯ୍ୟକ୍ରମ ଥିବା ବେଳେ କିଛି  ଛାତ୍ର ଗୋଟିଏ କୋଠରୀରେ ବସିଥିଲେ । ଛାତ୍ରମାନେ ହୋ-ହଲ୍ଲା କରୁଥିବା ବେଳେ ବିଜ୍ଞାନ ଶିକ୍ଷକ ପ୍ରଭାତ କୁମାର ହରପାଳ ଛାତ୍ରମାନଙ୍କୁ ପ୍ରଥମେ ହାତରେ ମାଡ ମାରିଥିବା ବେଳେ ପରେ ବାଡି ସାହାଯ୍ୟରେ ମାଡ ମାରିଥିଲେ । ଫଳରେ ୪ ଜଣ ଛାତ୍ର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେବାପରେ  ଘରକୁ ଫେରିଥିଲେ । ତେବେ ଶିକ୍ଷକ ଜଣକ ଛାତ୍ରମାନଙ୍କୁ କୌଣସି ଦୋଷ ନଥିବାବେଳେ ମାଡ ମାରିଥିବା ବିଦ୍ୟାଲୟରେ ପଢୁଥିବା ଅନ୍ୟ ଛାତ୍ର ମାନେ କହୁଛନ୍ତି ।
ଅନ୍ୟ ପକ୍ଷରେ ବିଦ୍ୟାଳୟ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ କହିବା ଅନୁସାରେ ବିଦ୍ୟାଳୟରେ କାର୍ଯ୍ୟକ୍ରମ ଥିବା ବେଳେ କିଛି ଛାତ୍ର ଉପର ମହଲା  ଥିବା ଶ୍ରେଣୀ ଗୂହରେ ରହି ହୋ-ହଲ୍ଲା କରି ଉପରୁ ତଳକୁ ଡେଇଁବାକୁ ଚେଷ୍ଟା କରୁଥିଲେ ଓ ଟେବୁଲ ବାଡ଼ଉଥିଲେ  । ଏହି ସମୟରେ ଶିକ୍ଷକ ଜଣକ ଛାତ୍ରମାନଙ୍କୁ ବୁଝାଇବାକୁ ଚେଷ୍ଟା କରିଥିବା ବେଳେ ସେମାନେ ନମାନିବାରୁ ମାଡ କରିଥିଲେ । ତେବେ ଏହି ଘଟଣାକୁ ନେଇ ବ୍ଲକ ଶିକ୍ଷା ଅଧିକାରୀ ଜୟନ୍ତ ପଧାନ  ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି ।

Comments are closed.