କଣ୍ଟାବାଞ୍ଜି: ଡୁମେରଚୁଆଁ ଗାଁରେ ଘରେ ଯୁବତୀଙ୍କ ମୃତଦେହ ଝୁଲୁଥିବା ଦେଖିବାକୁ ମିଳିଛି। ସିଡିଘର ଆଜବେଷ୍ଟସରେ ବେକରେ ଓଢ଼ଣି ଲାଗି ଯୁବତୀଙ୍କ ମୃତଦେହ ଝୁଲୁଥିବା ଦେଖି ପରିବାର ଲୋକେ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛି। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।
ମିଳିଥିବା ସୂଚନା ଅନୁଯାୟୀ କଣ୍ଟାବାଞ୍ଜି ଥାନା ଡୁମେରଚୁଆଁ ଗାଁର ଜଣେ ଯୁବତୀଙ୍କ ବାପା, ମାଆ କାମ କରିବା ପାଇଁ ଯାଇଥିଲେ। ଘରେ କେହି ନ ଥିବାବେଳେ ଝିଅର ମୃତଦେହ ଆଜବେଷ୍ଟ ଘରେ ଝୁଲୁଥିବା ଦେଖିବାକୁ ମିଳିଥିଲା। ଝିଅର ମୃତଦେହ ଝୁଲୁଥିବା ଖବର ପାଇ ବାପା ଓ ମାଆ ଘରକୁ ଫେରିଥିଲେ। ଏଥିସହ ପୁଲିସ୍କୁ ଖବର ଦେଇଥିଲେ। କଣ୍ଟାବାଞ୍ଜି ଥାନା ପୁଲିସ ଗାଁରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।



