www.samajalive.in
Tuesday, December 9, 2025
15.1 C
Bhubaneswar

କଣ୍ଟାବାଞ୍ଜିରେ ବିଜେଡି ପକ୍ଷରୁ ମାଗଣା ଚକ୍ଷୁ ଚିକିତ୍ସା ଶିବିର

କାଣ୍ଟାବାଞ୍ଜି : କଣ୍ଟାବାଞ୍ଜି ବିଜେଡି ପକ୍ଷରୁ ଆଜି ସ୍ଥାନୀୟ ରାମ ମନ୍ଦିର ସ୍ଥିତ ମାନସ ଭବନ ଠାରେ ଟିଟିଲାଗଡ଼ ଏସସିଡ଼ି ଚକ୍ଷୁ ଚିକିତ୍ସାଲୟ ସହଯୋଗରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଥିଲା। ରାଜ୍ୟ ହାଉସିଂ ବୋର୍ଡ ଅଧକ୍ଷ କଳିକେଶ ନାରାୟଣ ସିଂ ଦେଓଙ୍କ ନିର୍ଦେଶ କ୍ରମେ ଜିଲା ସାଧାରଣ ସମ୍ପାଦକ ରାଜେନ୍ଦ୍ର ବେହେରାଙ୍କ ନେତୃତ୍ବ ରେ  ଅନୁଷ୍ଠିତ ଏହି ଶିବିରରେ କଣ୍ଟାବାଞ୍ଜି ତଥା ପାଖ ପାଖ ଅଞ୍ଚଳର ଲୋକ ଲାଭ ନିଜର ଚକ୍ଷୁ ଚିକିତ୍ସା କରି ଶିବିରର ଲାଭ ଉଠାଇଲେ ଥିଲେ।
ଲୋକଙ୍କୁ ମାଗଣାରେ  ୭୩ଜଣଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିବା ବେଳେ, ୧୫ଜଣ ବୃଦ୍ଧ, ବୃଦ୍ଧାଙ୍କୁ ଚି଼ହ୍ନଟ କରାଯାଇ ମୋତିଆ ବିନ୍ଦୁ ଅସ୍ତ୍ର ପଚାର ପାଇଁ ଟିଟିଲାଗଡ ଏସଡିସି ହସ୍ପିଟାଲ ପଠାଯିବ। ଏହି ଶିବିରରେପୂର୍ବାହ୍ନ ରେ  ବିଜେଡିର ବରିଷ୍ଠ ନେତା ଅଜୟ ଦାସ, ଜିଲା କାର୍ଯ୍ୟ କାରିଣୀ ସଦସ୍ୟ ମୁନା ମହାନ୍ତି, ଜିଲା  ଯୁବ ବିଜେଡିସମ୍ପାଦକ ଶାନ୍ତନୁ ବିଭାର, ଦେବରାଜ ୟାଦବ, ଆନନ୍ଦ ଅଗ୍ରୱାଲ, ବାବୁଲି ମହାନନ୍ଦ, ବିଷ୍ଣୁ ବେହେରା, ନଗର ବିଜେଡି ଯୁବ କାର୍ଯ୍ୟକାରୀ ସଭାପତି ବିଶାଳ  ସହ ଅନ୍ୟ ମାନେ ଉପସ୍ଥିତ ଥିବା ବେଳେ,ମଧ୍ୟାହ୍ନ  ସମୟରେ ଜିଲ୍ଲା ବିଜେଡି ସଂପାଦକ ଫିରୋଜ ଖାଁ,ଏବଂ ଅପରାହ୍ନ ରେ  ଜିଲ୍ଲା ସ୍ୱତନ୍ତ୍ର ଉର୍ନୟନ ପରିଷଦ ଉପାଧ୍ୟାକ୍ଷା ନିରୁପମା ମାଝୀ ଅତିଥି ଭାବରେ ଉପସ୍ଥିତ ଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories