ଫଟୋଗ୍ରାଫର ଠିକ୍ ନ କରିପାରିବାରୁ ବର ଶିଶୁପାଳ – ବେଦୀରୁ ଉଠିଗଲେ କନ୍ୟା
କାନପୁର – ବିବାହ କରିବା ପାଇଁ ମନା କରିଦେଲେ ମଙ୍ଗୁଳା କନ୍ୟା । ବର ଫଟୋଗ୍ରାଫର ଠିକ୍ ନକରିବାପାରିବାରୁ ଜଣେ କନ୍ୟା ବିବାହ ପାଇଁ ମନା କରି ଦେଇଛନ୍ତି ।
କାନପୁର ଦେହାତରେ ଏହି ଘଟଣା ଘଟିଛି । କାନପୁର ଦେହାତର ମଙ୍ଗଳପୁର ଥାନା ଅନ୍ତର୍ଗତ ଭୋଗନୀପୁର ଅଞ୍ଚଳରେ ଏକ ବାହାଘର ଥିଲା । ବିବାହ ବେଦୀକୁ ସୁନ୍ଦର ଭାବେ ସଜ୍ଜା ଯାଇଥିଲା । ବରଯାତ୍ରୀ ପହଞ୍ଚିଥିଲେ । ବରଣମାଳା ଦେବା ସମୟରେ କନ୍ୟା ବିବାହ ପାଇଁ ମନା କରି ଦେଇଥିଲେ । ପୁଅ ଘର ପକ୍ଷରୁ ଫଟୋଗ୍ରାଫର ଆସି ନଥିବାରୁ କନ୍ୟା ବିବାହ ପାଇଁ ମନା କରିଥିଲେ । ପରେ ସେ ବେଦୀ ଛାଡି ତାଙ୍କ ପଡୋଶୀ ଘରକୁ ପଳାଇଥିଲେ ।
କନ୍ୟା ଘରର ସମସ୍ତେ ତାଙ୍କୁ ବୁଝାଇବା ପାଇଁ ଅନେକ ଚେଷ୍ଟା କରିଥିଲେ । ମାତ୍ର କୌଣସି ସୁଫଳ ମିଳି ନଥିଲା । ପରେ ଘଟଣା ଥାନାରେ ପହଞ୍ଚିଥିଲା । ମାତ୍ର ଘଟଣାର ସମାଧାନ ହୋଇ ନପାରିବାରୁ ଉଭୟ ପକ୍ଷ ଟଙ୍କା ଏବଂ ଉପହାର ସାମଗ୍ରୀ ଫେରାଇବା ପାଇଁ ରାଜି ହୋଇଥିଲେ । ପରେ ବର ବିବାହ ନକରି ନିଜ ଘରକୁ ଫେରିଯାଇଥିଲେ ।
Comments are closed.