ଶିକ୍ଷକ ସଂଘର ଶୋଭାଯାତ୍ରା, ଦାବିପତ୍ର ପ୍ରଦାନ

ସାମିଲ ହେଲେ ହଜାର ହଜାର ଶିକ୍ଷକ ଶିକ୍ଷୟିତ୍ରୀ

ଫୁଲବାଣୀ: ୩ ଦଫା ଦାବି ନେଇ ଶୁକ୍ରବାର କନ୍ଧମାଳ ଜିଲ୍ଲା ଶିକ୍ଷକ ସଂଘ ପକ୍ଷରୁ ମାଦିକୁନ୍ଦା ଛକ ଠାରୁ ଏକ ଶୋଭାଯାତ୍ରା ବାହାରି ଥିଲା। ଏଥିରେ ସମସ୍ତ ବର୍ଗର ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ। ଶୋଭାଯାତ୍ରା ମାଦିକୁନ୍ଦା ଛକ ଠାରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚିଥିଲା। ଶିକ୍ଷକ ଶିକ୍ଷୟିତ୍ରୀ ମାନେ ବିଭିନ୍ନ ପ୍ରକାର ସ୍ଲୋଗାନ ଦେଇ ୩ଦଫା ଦାବି ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଶିକ୍ଷା ସଚିବ, ଗଣଶିକ୍ଷା ସଚିବ, ଗଣଶିକ୍ଷା ମନ୍ତ୍ରୀଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ। ଏହା ପରେ ଶୋଭାଯାତ୍ରାରେ ଯାଇ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ନିଖିଳ ଉତ୍କଳ ଶିକ୍ଷକ ଫେଡେରେସନର ଜିଲ୍ଲା ସଭାପତି କିଶୋର ଚନ୍ଦ୍ର କହଁରଙ୍କ ନେତୃତ୍ବରେ ରାଜ୍ୟ ଆଞ୍ଚଳିକ ସଙ୍ଗଠନ ସମ୍ପାଦକ ବିଦେଶୀ କୁମାର ନାୟକ, ରାଜ୍ୟ ଉପସଭାପତି ରାଜେନ୍ଦ୍ର ପାତ୍ର, ଜିଲ୍ଲା ଷ୍ଟିଅରିଙ୍ଗ୍ କମିଟିର ସୁକାନ୍ତ କୁମାର ବେହେରା, ସନ୍ତୋଷ କୁମାର ଦିଗାଲ, ସରୋଜ କୁମାର ସେଠୀ, କୁମର ପାରାସେଟ୍, ସାନ୍ତନୁ କୁମାର ପ୍ରଧାନ, ଉତ୍କଳ କେଶରୀ ବିଭାର, ଫୁଲବାଣୀ ବ୍ଲକ ଷ୍ଟିଅରିଙ୍ଗ୍ କମିଟିର ସଦସ୍ୟ କାମରାଜ ଦିଗାଲ, ବିଜୟା ନନ୍ଦ ଦାଶ, ରବିନ୍ଦ୍ରନାଥ ମୁନି, ଅରୁଣ କୁମାର ପାତ୍ର, ଅନଙ୍ଗ ଦେହୁରୀ, ଅରୁଣ କୁମାର ପାତ୍ର ଓ ସମସ୍ତ ବ୍ଲକ୍ ସଭାପତି ସମ୍ପାଦକ ପ୍ରମୁଖଙ୍କ ନେତୃତ୍ୱରେ ଦାବିପତ୍ର ପ୍ରଦାନ କରିଥିଲେ।

Comments are closed.