www.samajalive.in
Sunday, December 7, 2025
14.1 C
Bhubaneswar

କନ୍ଧମାଳ ସାଂସଦଙ୍କ କୋଟଗଡ଼ ଗସ୍ତ

ଫୁଲବାଣୀ: କନ୍ଧମାଳ ସାଂସଦ ଡ଼.ଅଚ୍ୟୁତ ସାମନ୍ତ ଆଜି ଜିଲାର କୋଟଗଡ଼ ଓ ତୁମୁଡ଼ିବନ୍ଧ ବ୍ଳକ ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଉଦ୍‍ଘାଟନ କରିଛନ୍ତି। କୋଟଗଡ଼ ବ୍ଳକ ଅନ୍ତର୍ଗତ ହରିପୁର ଗ୍ରାମକୁ ପିଚୁ ରାସ୍ତାର ଭିତି ପ୍ରସ୍ତର ସ୍ଥାପନ କରିବା ସହିତ କୋଟଗଡ଼ ବନ ବିଭାଗର ବଙ୍ଗଲରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ସାଂସଦଙ୍କ ସମେତ ପୂର୍ବତନ ବିଧାୟକ ରାଜୀବ ପାତ୍ର, ବ୍ଳକ ଅଧ୍ୟକ୍ଷା ସବିତା ମଲିକ, କୋଟଗଡ଼ ସରପଂଚ ଶ୍ୱେତଲିନା ସୁକାମାଝୀ, ସମିତି ଉପାଧ୍ୟକ୍ଷ ଜି.ଭି, ରମଣ ପାନ୍ତୁଲୁ ରାଓ, ଗଗୁରୁମାହା ସମିତି ସଭ୍ୟ ପିଣ୍ଟୁ ମଲିକ, ସୁରେଖା ପାଟମାଝୀ, ବିଜେଡ଼ି ବ୍ଳକ ସଭାପତି ପରାସର ପାଟମାଝୀ, ବଳବନ୍ତ କାର୍ଯ୍ୟମାଝୀ ଓ ଅନ୍ୟମାନେ ସାମିଲ୍‍ ହୋଇଥିଲେ। କୋଟଗଡ ବ୍ଳକ ସାଂସଦ ପ୍ରତିନିଧି ମନୋଜ କୁମାର ସାବତଙ୍କ ନେତୃତ୍ୱରେ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ମାର୍ଲାଙ୍ଗା, ସାର୍ତ୍ତୁଲ, ରାଣିପାଙ୍ଗା, ସୁବର୍ଣ୍ଣଗିରି, ଜୁଡ଼ାବାଲି ଆଦି ଗ୍ରାମର ବହୁ ବ୍ୟକ୍ତି ସମେତ ମାର୍ଲାଙ୍ଗା ସରପଂଚ ସନାତନ ପ୍ରଧାନ, ବିଜୟ କୁମାର ନାୟକ, ସୁବାଷ ମଲିକ, ବାବୁଲା ନାୟକ, ସୂର୍ଯ୍ୟକାନ୍ତ ମଝିଆସେଟ୍‍, ସୁରେନ୍ଦା ପାଟମାଝୀ ଜାକବ ପ୍ରଧାନ, ପାଉଲ ମଲିକ ଭଳି କଂଗ୍ରେସ ନେତାମାନେ ବିଜେଡ଼ିରେ ସାମିଲ୍‍ ହୋଇଥିଲେ।

ଏହି ଅବସରେ ବ୍ଳକର ବିିଭିନ୍ନ ପଂଚାୟତର ଥିବା ପାନିୟ ଜଳ, ଗମନାଗମନ ସହିତ ନେଟୱାର୍କ ଭଳି ବିଭିନ୍ନ ସମସ୍ୟା ସଂପକ୍ରରେ ଆଲୋଚନା କରାଯାଇଥିଲା। ବିଜେଡ଼ି କର୍ମୀ ଟୁକୁନା ପଶାୟତ, ସରୋଜ ମାର୍କଣ୍ଡ, ଶଙ୍କର ସେନ୍‍, ମୁନା ସାହୁ, ସୁରେଶ ବେରୁକ୍‍, ପପୁ ପଣ୍ଡା, ମିଲନ୍‍ ନାୟକ, କାହ୍ନୁ ଚରଣ ଦିଗାଲ, ହେମନ୍ତ ସାହାଣୀ, ଗଙ୍ଗାଧର ସାହାଣୀ, ପିଣ୍ଟୁ ସାହାଣିଙ୍କ ଭଳି ବହୁ କର୍ମୀ ପରିଚାଳନା କରିଥିଲେ।

Hot this week

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

Related Articles

Popular Categories