ବ୍ରିଜରୁ ସ୍କୁଟି ଖସି ୩ ସାଙ୍ଗଙ୍କ ମୃତ୍ୟୁ

କନ୍ଧମାଳ: ଦୁର୍ଘଟଣାରେ ଚାଲିଗଲା ୩ ସାଙ୍ଗଙ୍କ ଜୀବନ। ଦଣ୍ଡ ନାଚ ଦେଖି ଫେରୁଥିଲେ ମାତ୍ର ଘରେ ପହଞ୍ଚିପାରିଲେନି। ସ୍କୁଟିରେ ଯାଉଥିବାବେଳେ ବ୍ରିଜ୍ ତଳକୁ ଖସି ପ୍ରାଣ ହରାଇଲେ । ଏଭଳି ଦୁଃଖଦ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ରାଇକିଆ ଥାନା ବୁଡାମାହା ବ୍ରିଜ୍ ନିକଟରେ ।  ୧୦ ଫୁଟ ତଳକୁ ଖସିପଡ଼ିଛି ସ୍କୁଟି । ଦୁର୍ଘଟଣାରେ  ୩ ସାଙ୍ଗଙ୍କର ମୃତ୍ୟୁ ଘଟିଛି। ମୃତକମାନେ ହେଲେ ରାଇକିଆର ବସନ୍ତ ପଣ୍ଡା , ବ୍ରହ୍ମାନନ୍ଦ ଭୋଇ ଓ କୁସଲ ଦିଗାଲ । ସମସ୍ତେ ଦଣ୍ଡ ନାଚ ଦେଖି ବିଳମ୍ବିତ ରାତିରେ ଏକ ସ୍କୁଟି ଯୋଗେ ଘରକୁ ଫେରୁଥିବାବେଳେ ଏଭଳି ଅଘଟଣ ଘଟିଛି। ଦୁର୍ଘଟଣାସ୍ଥଳରେ ହିଁ ୩ଜଣଙ୍କର ମୃତ୍ୟୁ ଘଟିଛି। ପରେ ଖବର ପାଇ ରାଇକିଆ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ଛାନଭିନ୍ ଜାରି ରଖିଛି।

Comments are closed.