www.samajalive.in
Sunday, December 7, 2025
26.1 C
Bhubaneswar

କାଳବୈଶାଖୀର ତାଣ୍ଡବରେ ଉଡିଲା ଘରର ଛପର 

କଲ୍ୟାଣସିଂହପୁର :  ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସୁନାଖଣ୍ଡି ପଞ୍ଚାୟତର ମନେଇଗୁଡା ଗ୍ରାମ ନିକଟରେ ଥିବା ପଦରସାହିରେ କାଳବୈଶାଖୀର ତାଣ୍ଡବ ଦେଖାଯାଇଛି। ଏଥିରେ ୨ ପରିବାରଙ୍କ ଘରର ଛପର ଉଡି ଯାଇଥିବା ଦେଖିବାକୁ ମିଳିଛି ।ପଦରସାଇର ମଧୁ ସୁଦନ ନାଗ,ଓ ସୁଖ ବଡ଼ ନାୟକ, ଏହି ୨ ପରିବାରଙ୍କ ଘର ଗତକାଲି ଅପରାହ୍ନରେ ଘଡଘଡି ସହ ଜୋରରେପବନ ସାଙ୍ଗକୁ କୁଆପଥର ବର୍ଷା ହେବା ଯୋଗୁଁ  ଘରର ଛପର ଉଡିଯାଇଥିଲା ।

ଯାହାଫଳରେ ଘରର ସମସ୍ତ ଧାନ, ଚାଉଳ, ମ।ଣ୍ଡିଆ, ପୋଷାକ, ଇତ୍ୟାଦି ଜିନିଷ, ଭିଜି ଯାଇଥିଲା । ଉକ୍ତ ଖବର ପାଇଁ  ସ୍ଥାନୀୟ ସରପଞ୍ଚ ସଂଜୟ ନିଶିକା ପହଞ୍ଚି  ମାଝିଗୁଡା ରାଜସ୍ବ ନିରୀକ୍ଷକ ସନ୍ତୋଷ ପାଣିଗ୍ରାହୀଙ୍କୁ ଯୋଗା ଯୋଗ କରି  ଘଟଣା ସ୍ଥଳକୁ ଯାଇ ଦେଖିବା ପରେ ଲୋକକୁ ପଲିଥିନ ଯୋଗାଇ ଦେଇ ଥିଲେ । ଏହାର ତଥ୍ୟ ସଂଗ୍ରହ କରି ତହସିଲଦାର ଦେବାଶିଷ କରଙ୍କୁ ଜଣାଇବେ ବୋଲି କହିଛନ୍ତି । ୨ ପରିବାରଙ୍କୁ ଆବାସ ଯୋଜନାରେ ସାମିଲ କରି ଘର ଖଣ୍ଡିଏ ଯୋଗାଇ ଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।

Hot this week

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

Related Articles

Popular Categories