www.samajalive.in
Saturday, December 6, 2025
17.1 C
Bhubaneswar

ବୟସର ଅପରାହ୍ଣରେ ବି ସ୍ବାବଲମ୍ବୀ ଦିବ୍ୟାଙ୍ଗ ମୂଳାବତୀ

କଲ୍ୟାଣସିଂହପୁର : ବୟସର ଅପରାହ୍ଣରେ ଆତ୍ମନିର୍ଭରଶୀଳ ହେବା ଏତେ ସହଜ କଥା ନୁହେଁ। ଜୀବନର ଅଧାରୁ ଅଧିକ ବୟସ କେବଳ ଦୁଃଖ ସହିତ ଯୁଝି ଯୁଝି ବିତିଛି। ତଥାପି ସେ ହାର ମାନିନାହାନ୍ତି। ସେମିତି ଜଣେ ଦିବ୍ୟାଙ୍ଗ ୭୫ବର୍ଷ ବୟସରେ ନିଜେ ଅଣ୍ଟା ଭିଡି କାହା ଉପରେ ନିର୍ଭର ନ କରି ପାଖ ଜଙ୍ଗଲକୁ ଯାଇ ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି। ନାଁ ତାଙ୍କର ମୂଳାବତୀ। ସୂଚନା ଅନୁସାରେ, ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ସୁନାଖଣ୍ଡି ପଞ୍ଚାୟତର ବାମନଗୁଡା ଗାଁରେ ରହନ୍ତି ମୂଳାବତୀ। ଗତ ୩୦ ବର୍ଷ ତଳେ ସ୍ୱାମୀ ଆର ପାରିକୁ ଚାଲିଗଲେ। ଦୁଃଖ ପରେ ଆହୁରି ଦୁଃଖ ମାଡ଼ିଆସିଲା। ଦୃଷ୍ଟିହୀନ ସହିତ କିଛି ଶୁଣି ବି ପାରନ୍ତି ନାହିଁ। ତଥାପି ନିଜ ଉପରୁ ବିଶ୍ବାସ ହରାଇ ନ ଥିଲେ। ସାହସ କରି ଜଙ୍ଗଲକୁ ଯାଇ ପଥର ଫଟେଇ ତାକୁ ଗୁଣ୍ଡ କରି ମୁରୁଜ ବନେଇଲେ। ପରେ ସେଇ ମୁରୁଜ ଗୁଣ୍ଡକୁ ଗାଁ ଗାଁ ବୁଲି ବିକ୍ରି କରି ଦି ପଇସା ରୋଜଗାର କରି ଏବେ ସାଜିଛନ୍ତି ସମାଜ ପାଇଁ  ଉଦାହରଣ। ଘର କହିଲେ ଗାଁ ମୁଣ୍ଡରେ ଝୁମ୍ପୁଡି ଛୋଟିଆ ଘରଟିଏ । ଆଜି ପର୍ଯ୍ୟନ୍ତ ମିଳିପାରିନି ସରକାରଙ୍କ ବିଜୁ ପକା ଘର ଖଣ୍ଡେ କି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରାଯାଇ ନ ଥିବା ମୂଳାବତୀ କହିଛନ୍ତି। ସରକାରଙ୍କ ଯୋଜନା କହିଲେ ଭତ୍ତା ବାବଦରେ ୫ଶହ ଟଙ୍କା ପାଞ୍ଚ କିଲୋ ଚାଉଳ ମିଳୁଛି। ସେଥିରେ ଚଳିବା ଅତ୍ୟନ୍ତ କଷ୍ଟକର ହୋଇପଡ଼ୁଛି। ସେହିପାଇଁ ସରକାରଙ୍କ ଯୋଜନାକୁ ଆଶା ନ ରଖି ବୟସର ଅପରାହ୍ନରେ ମଧ୍ୟ ଦିବ୍ୟାଙ୍ଗ ମୂଳାବତୀ ନିଜକର୍ମ ଆଗରେ କେବେ ଅବହେଳା କରିନାହାନ୍ତି। ତାଙ୍କ ଠାରୁ ଅନେକ ଶିଖିବାର ଅଛି ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories