ଯାଜପୁର: ଯାଜପୁର ଜିଲା ବାହାବଳପୁର ଗ୍ରାମର ସୂର୍ୟ୍ୟପ୍ରକାଶ ଦାସ ଓ ରମଣଦୀପ କୌରଙ୍କ କୁନିଝିଅ ସାରା(୪) ନିଜ ଜନ୍ମଦିନରେ ପାଇଥିବା ଉପହାର ଟଙ୍କା ରେଳ ଦୁର୍ଘଟଣାରେ ଆହତ ଲୋକ ମାନଙ୍କ ଚିକିତ୍ସା ପାଇଁ ଦାନ କରିଛନ୍ତି। ସାରା ତାଙ୍କ ଜନ୍ମ ଦିନରେ ୨୦ ହଜାର ଟଙ୍କା ଉପହାର ମିଳିଥିଲା । ଟ୍ରେନ୍ ଦୁର୍ଘଟଣା ଆହତ ବ୍ୟକ୍ତିଙ୍କ ସହାୟତା ପାଇଁ ଗତ ଶୁକ୍ରବାର ଦିନ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋରଙ୍କୁ ତାଙ୍କ କାର୍ୟ୍ୟାଳୟରେ ଭେଟି ୨୦ ହଜାର ଟଙ୍କାର ଚେକ ପ୍ରଦାନ କରିଛନ୍ତି। କୁନି ଝିଅ ସାରା ଏଭଳି ମହତ କାର୍ୟ୍ୟକୁ ସମାଜସେବୀ ତାରାପ୍ରସାଦ ମିଶ୍ର, ଲେଖିକା ରଚିତା ମିଶ୍ର, ଯୁବନେତା ପ୍ରଦୀପ କୁମାର ମହାନ୍ତି ,ମୋହନ ମହାରଣା ସମେତ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି।
Popular Categories



