www.samajalive.in
Friday, December 5, 2025
20.1 C
Bhubaneswar

ଦିନ ସାଢେ ୧୧ଟା ସୁଦ୍ଧା ଜଳୁଛି ପଶ୍ଚିମ ଓଡିଶା ; ଏଥର ରଜରେ ପ୍ରଚଣ୍ଡ ଖରା!

ଭୁବନେଶ୍ୱର : ତତଲା କଡେଇରେ ଭାଜି ହେଉଛି ସାରା ରାଜ୍ୟ। ରାଜ୍ୟରେ ସମସ୍ତ ସ୍ଥାନରେ ପ୍ରବଳ ଗରମ ଓ ଗୁଳୁଗୁଳି ଜାରି ରହିଛି। ଦିନ ସାଢେ ୧୧ଟା ସୁଦ୍ଧା ୪୨.୨ ସହ ସମ୍ବଲପୁର ସବୁଠାରୁ ଉତ୍ତପ୍ତ ସହର। ଝାରସୁଗୁଡା ୪୧.୬, ହୀରାକୁଦ ୪୧, କେନ୍ଦୁଝର ୩୮.୨, ଭୁବନେଶ୍ୱର ୩୭.୨, ଗୋପାଳପୁର ୩୫.୬, ବାଲେଶ୍ୱର ୩୪.୮ ରେକର୍ଡ କରାଯାଇଛି।

- Advertisement -


ସେହିପରି ଚଳିତ ବର୍ଷ ରଜରେ ପ୍ରଚଣ୍ଡ ଖରା ସମ୍ଭାବନା ରହିଛି। ଆସନ୍ତା ୧୫ କିମ୍ବା ଏହା ପରେ ମୌସୁମୀ ଓଡିଶା ଛୁଇଁବାର ସମ୍ଭାବନା ରହିଛି। ନିର୍ଦ୍ଦିଷ୍ଟ ଭାବେ କେବେ ଓଡିଶା ଛୁଇଁବ ଏଯାଏ ଭାରତୀୟ ପାଣିପାଗ ବିଭାଗ ଆକଳନ କରି ନାହିଁ ବୋଲି ସୂଚନା ମିଳିଛି। ଏନେଇ ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ପକ୍ଷରୁ ସୂଚନା ମିଳିଛି। ଚଳିତ ବର୍ଷ ଭାରତକୁ ମୌସୁମୀ ୭ ଦିନ ବିଳମ୍ବରେ ପହଞ୍ଚିଛି। ଆଜି ପୂରା କେରଳ ଛୁଇଁଥିବା ବେଳେ କର୍ଣ୍ଣାଟକ ଓ ତାମିଲନାଡୁରେ ପହଞ୍ଚିଛି। ଉତ୍ତର ପୂର୍ବ ଭାରତର ଅଧିକାଂଶ ଅଞ୍ଚଳକୁ ମଧ୍ୟ ମୌସୁମୀ ଛୁଇଁଛି। ସେହିପରି ବାଂଲାଦେଶ – ମିଆଁମାର ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ସକ୍ରିୟ ରହିଛି। ଓଡିଶାକୁ ୧୨ ସୁଦ୍ଧା ମୌସୁମୀ ଆସିଥାଏ। ମାତ୍ର ଚଳିତ ବର୍ଷ ବିଳମ୍ବ ହୋଇପାରେ। ଏହାସହ ୧୫ କିମ୍ବା ଏହାପରେ ଓଡିଶାରେ ସ୍ୱାଭାବିକ ବର୍ଷା ହୋଇପାରେ। ଓଡିଶାକୁ କେବେ ଛୁଇଁବ ସେନେଇ ପୂର୍ବାନୁମାନ ହୋଇନଥିବା ବେଳେ ୨ ରୁ ୩ ଦିନ ମଧ୍ୟରେ ଏନେଇ ସ୍ପଷ୍ଟତା ମିଳିବ ବୋଲି ସୂଚନା ମିଳିଛି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories