www.samajalive.in
Sunday, December 7, 2025
16.1 C
Bhubaneswar

ସହାୟତା ଅପେକ୍ଷାରେ କର୍କଟ ରୋଗରେ ପୀଡିତ ମହେଶ୍ୱର

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦରରେ ଥିବା ଦାଣ୍ଡିଆ ସାହିର ଯୁବକ ମହେଶ୍ୱର ବାଗ(୪୧)ବର୍ଷ ପ୍ରାୟ ବର୍ଷେ ହେବ କର୍କଟ ରୋଗରେ ପୀଡିତ ହୋଇ ଶଯ୍ୟାଶାୟୀ ହୋଇ ପଡିଛନ୍ତି । ପୂର୍ଵରୁ ସେ ଡ୍ରାଇଭର ଭାବେ କାମ କରି ନିଜର ୨ଟି ଝିଅ, ଦୁଇଟି ପୁଅ ସ୍ତ୍ରୀ ଏବଂ ମାଆ ଓ ଭାଇଙ୍କୁ ନେଇ ହସ ଖୁସିରେ ପରିବାର ଚଳାଇ ଆସୁଥିଲେ। ନିଜର ତେଲ ଲୁଣର ସଂସାର କରି ଆସୁଥିଲେ। ହଠାତ୍‌‌ ଅସୁସ୍ଥ ହୋଇ ପଡିବାରୁ ବିଷମ କଟକ ମେଡିକାଲକୁ ପରିବାର ଲୋକେ ନେଇଥିଲେ। ସେଠାରେ ଚିକିତ୍ସା କଲାପରେ ଘରକୁ ଫେରିଥିଲେ । କିଛି ଦିନି ପରେ ଧୀରେ ଧୀରେ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିବାର ଲାଗିଲା। ପରିବାର ଲୋକେ ଭୁବନେଶ୍ୱରର ଏମ୍ସ ମେଡିକାଲ ସହ ଯୋଗାଯୋଗ ହେଲା ପରେ ଭୁବନେଶ୍ୱର ନେଇ ଯାଇଥିଲେ। ସେଠାରେ ଚିକିତ୍ସିତ ହେଲା ପରେ ସର୍ଜରୀ କରାଯାଇଥିଲା ।
ସର୍ଜରୀ ହେବା ପରେ ଟିକେ ସ୍ୱାସ୍ଥ୍ୟ ଅବସ୍ଥା ଠିକ ହେବା ପରେ ଘରକୁ ଫେରି ଆସିଥିଲେ। ଦେହ ଟିକେ ଭଲ ଲାଗିବା ପରେ ପୁନର୍ବାର ନିଜର ଡ୍ରାଇଭର କାମରେ ଯୋଗ ଦେଇଥିଲେ। କିଛି ଦିନ କାମ କଲା ପରେ ଆଉ ଥରେ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବାର ଲାଗିଲା। ଓଳିଏ ଖାଇଲେ ଓଳିଏ ଭୋକ ଉପାସରେ ରହିଲେ।  ପରିବାରକୁ ଏକ ମାତ୍ର ରୋଜଗାରିଆ ପୁଅର ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବାର ଦେଖି ପୁରା ପରିବାର ଚିନ୍ତାରେ ରହିଥିଲେ । ଗୋଟିଏ ପଟେ ସ୍ୱାମୀର ସ୍ୱାସ୍ଥ୍ୟ ଅବସ୍ଥା ଦେଖି ସହି ନପାରି ସ୍ତ୍ରୀ ଧାର କରଜ କରି ବିଶାଖାପାଟଣାର ମହାତ୍ମାଗାନ୍ଧୀ କ୍ୟାନସର ହସ୍ପିଟାଲକୁ ନେଇଥିଲେ। ସେଠାରେ ଚିକିତ୍ସା କଲାପରେ ସ୍କେନିଙ୍ଗ ରିପୋର୍ଟ ଆସିଲା କ୍ୟାନସର ବୋଲି । ପୁରା ପାରିବାର ଭାଙ୍ଗି ପଡିଥିଲେ। ପରେ କଲ୍ୟାଣସିଂହପୁର ଡ୍ରାଇଭର ମହାସଂଘ ୫୦୦୦ ଟଙ୍କା , ରାୟଗଡା ଡ୍ରାଇଭର ୟୁନିଅନ୧୦୦୦୦ଟଙ୍କା ଏବଂ ନିଜ ମାଲିକ ୧୦୦୦୦ଟଙ୍କା ସାହାଯ୍ୟ କରିଥିଲେ । ଏହି ଟଙ୍କା ଦ୍ୱାରା କିଛି ଚିକିତ୍ସା କରାଯାଇଥିଲା । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡ ଦ୍ୱାରା କିଛି ଚିକିତ୍ସା ହେଲା ପରେ ବର୍ତ୍ତମାନ ଅର୍ଥ ଅଭାବରୁ ଘରକୁ ଫେରିଛନ୍ତି ମହେଶ୍ୱର । ନିଜର  ଚିକିତ୍ସା ପାଇଁ ବ୍ଲକ ପ୍ରଶାସନ ଏବଂ ଜିଲ୍ଲା ପ୍ରଶାସନ ସହାୟତା ଅପେକ୍ଷାରେ ଅଛନ୍ତି ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories