କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସ୍ଥିତ ଦେବଗିରିସାହି ଠାରେ ଦେବଗିରି ଯୁବକ ସଙ୍ଘ ତରଫରୁ ଜିଲା ସ୍ତରୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଘାଟନରେ ଶିରିପୁର ବିଜୟୀ ହୋଇଛି । ଏଥିରେ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବାବେଳେ ରାଜ୍ୟ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣଯୋଜନା ବୋର୍ଡ ର ଉପଦେଷ୍ଟା ସୁଧୀର କୁମାର ଦାସ, ବିଧାୟକ ପ୍ରତିନିଧି (ଟିଟି) ବୃନ୍ଦାବନ ପାଢ଼ୀ, ବିଜେଡି ବ୍ଲକ ସଭାପତି ସୁନ୍ଦର ରାଓ ବାଗ, କିଶୋର ପାଢ଼ୀ ଉପସ୍ଥିତ ରହି ଉଦଘାଟନ କରିଥିଲେ । ଏଥିରେ ମୋଟ ୧୬ଟି ଦଳ ରହିଛି।ପ୍ରତ୍ୟେକ ଦିନ ଦୁଇଟି ଦଳ ଲେଖାଏଁ ଖେଳ କରାଯିବ । ଗୋଟିଏ ଦଳ ଯୋଗଦାନ ପାଇଁ ୧୦୦୦ ଟଙ୍କା ଦେବାକୁ ପଡୁଛି ।ଫାଇନାଲ ଖେଳରେ ବିଜୟୀ ଦଳକୁ (୩୦୦୦୦ ) ତିରିଶି ହଜାରଟଙ୍କା ସହ ଟ୍ରଫି, ପରାଜୟ ଦଳକୁ ୨୦୦୦୦ ହଜାର ଟଙ୍କା ସହ ଟ୍ରଫି ,ଭଲ ହିଟର ପାଇଁ ଟ୍ରଫି ଓ ଭଲ ନେଟର ପାଇଁ ସହ ଟ୍ରଫି ପ୍ରଦାନ କରାଯିବ ବୋଲି କମିଟି ତରଫରୁ କହିଛନ୍ତି ।
ଆଜି ଉଦଘାଟନ ଉତ୍ସବରେ ଦେବଗିରି ଘରେଇ ଦଳ ସହିତ ଶିରିପୁର ମଧ୍ୟରେ ପ୍ରତି ଦ୍ବନ୍ଦିତା ହୋଇଥିଲା ।ଏଥିରେ ଶିରିପୁର ୩୧ପଏଣ୍ଟ ଓ ଦେବଗିରି ଘରେଇ ଦଳ ୧୪ ପଏଣ୍ଟ କରିଥିବା ବେଳେ ଶିରିପୁର ୧୭ ପଏଣ୍ଟ ଅଧିକ କରି ବିଜୟ ହୋଇଛି । ମ୍ୟାଚ ରେଫରି ଭାବେ ଜୟରାମ ରମାକାନ୍ତ ପରିଛା, ବିଶ୍ୱନାଥ କାଡ୍ରାକା ରହିଥିଲେ ।ସ୍ଥାନୀୟ ଦେବଗିରି ଯୁବକ ସଂଘର ସମସ୍ତ ସଦସ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ ।
Comments are closed.