ମିଳିଲା ମାଓବାଦୀଙ୍କ ହାତଲେଖା ଚିଠି, ରାୟଗଡା ପୁଲିସର ଜୁଲମ ଓ ନେତା ବିରୋଧରେ ଉଲ୍ଲେଖ

କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁରରୁ ଏକ ମାଓବାଦୀଙ୍କ ହାତଲେଖା ୪ପୃଷ୍ଠା ଚିଠି ଗଣମାଧ୍ୟମକୁ ମିଳିଛି । ଏହି ଚିଠିରେ ରାୟଗଡା ପୁଲିସର ଜୁଲୁମ ଓ ନେତାଙ୍କୁ ବିରୋଧରେ ଉଲ୍ଲେଖ କରାଯାଇଛି। ବେଦାନ୍ତ, ଆଦାନୀ, ବିର୍ଲା ପରି ଲୁଟେରା କମ୍ପାନୀମାନଙ୍କ ଖଣିଖନନ ପାଇଁ ପେଟି ଠିକା ନେଇଥିବା ଆନ୍ଦ୍ରର ମୈତ୍ରୀ କମ୍ପାନୀର ଗୁଣ୍ଡାସାଜି ରାୟଗଡା ପୁଲିସ ଗତ କିଛି ମାସ ହେବ ବିସ୍ଥାପନ ବିରୋଧୀ ଆନ୍ଦୋଳନକାରୀ ଓ ସାଧାରଣ ଜନତାଙ୍କ ଉପରେ ଭୀଷଣ ଜୁଲୁମ ଚଳାଇଛି। ଜୁଲାଇ ମାସରୁ ଏବେ ପର୍ଯ୍ୟନ୍ତ ସିଜୁମାଳି ଅଞ୍ଚଳରୁ ୨୨ଜଣ ଆନ୍ଦୋଳନକାରୀ, ନିୟମଗିରି ଆନ୍ଦୋଳନର ନେତା କୃଷ୍ଣ ଶିକକା, ଉପେନ୍ଦ୍ର ଓ କର୍ମୀ। ବଳି କରକରିଆ, ସମେତ ମୁନିଗୁଡା ଥାନା ଅନ୍ତର୍ଗତ କାରଜାପଙ୍ଗା ଗ୍ରାମର ୱାର୍ଡ ସଦସ୍ୟ ନୂଆମାଝୀ କାଡ୍ର।କା ଓ ପାତ୍ରାଣି ଗ୍ରାମର ରାଗିଡି (ପ୍ରକାଶ)କୁ ମିଛ କେଶରେ ରାୟଗଡା ପୁଲିସ ଗିରଫ କରିଛି।

prayash

ଗୁଣ୍ଡାଙ୍କ ପରି ବାଟଘାଟ ଓ ରାତିଅଧିଆ ଆସି ଅପହରଣ କରି ନେଉଛି। ପ୍ରଥମେ ଅସ୍ବୀକାର କରୁଛି ,ପୁଣି ଗୁପ୍ତରେ ରଖି ନିର୍ଯ୍ୟାତନା ଦେବା ପରେ ମିଛ କେଶ ପକାଇ ଜେଲକୁ ପଠାଉଛି। ରାୟଗଡା ଜିଲା ଆରକ୍ଷୀ ଅଧିକାରୀ ଲଗାତାର ଆଇନ ଉଲଙ୍ଘନ କରିଚାଲିଛନ୍ତି। ଗତ ତିନି ମାସ ମଧ୍ୟରେ ୨୭ ଜଣଙ୍କୁ ଗିରଫ କରିଛି। ନିୟମଗିରି ଓ କର୍ଲାପାଟ ଜନଆନ୍ଦୋଳନର ନେତା ସମର୍ଥକଙ୍କ ଉପରେ ୟୁଏପିଏ ଦେଶ ଦ୍ରୋହୀ କେଶ ଲଗାଇଛି ।

କମ୍ପାନୀକୁ ବିରୋଧ କରିବା କିପରି ଦେଶ ଦ୍ରୋହୀ କାର୍ଯ୍ୟ ହେଲା? ପ୍ରକୃତରେ ଦେଶ କହିଲେ କମ୍ପାନୀକୁ ବୁଝାଏ ଏବଂ ସରକାର, ପୁଲିସ, ପ୍ରଶାସନ କମ୍ପାନୀର ସୁରକ୍ଷା ପାଇଁ ରହିଛନ୍ତି କି ଲୋକଙ୍କ ପାଇଁ ନୁହେଁ, ତାହା ପୁଣି ପ୍ରମାଣିତ ହୋଇଗଲା। ଏତିକି ନୁହେଁ ଛୋଟ ମୋଟ ବେପାର କରୁଥିବା ବେପାରୀଙ୍କୁ ମାଓବାଦୀ ଙ୍କୁ ସହଯୋଗ କରୁଛ କହି ଥାନାକୁ ଡାକି ନେଇ ନିର୍ଯ୍ୟାତନା ଦିଆଯାଉଛି। ଆଦିବାସୀ, ଦଳିତ, ଚାଷୀ ସମାଜ ବ୍ୟକ୍ତିଙ୍କୁ ଭୟଭୀତ କରାଇ ଗିରଫ କରାଯାଉଛି। ସିପିଆଇ ମାଓବାଦୀ ବାଘୁ.ନା ଡିଭିଜନ, ନିୟମଗିରି, ସିଜୁମାଳି, କୁତ୍ରୁମାଳି,ମାଝୀଙ୍ଗ ମାଳି, ଶାଶୂବୋହୁ ମାଳି, ବାଫଲାମାଲି, ଖଣ୍ଡୁଆଳ ମାଳି,, କେଜିଙ୍ଗାମାଳି, ଇତ୍ୟାଦି ଠାରେ ବିସ୍ଥାପନ ବିରୋଧୀ, କମ୍ପାନୀ ବିରୋଧୀ ଆନ୍ଦୋଳନକୁ ପୁରା ସମର୍ଥନ ଜଣାଉଛୁ। ସେମାନେ ଚାହିଁଲେ ସବୁ ପ୍ରକାର ସାହାଯ୍ୟ, ସହଯୋଗ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଉଛୁ ବୋଲି ବିଜିଏନ ଡିଭିଜନ କମିଟି ସିପିଆଇ ମାଓବାଦୀର ସମ୍ପାଦିକା ରୀତା ସୂଚନା ଦେଇଛନ୍ତି।

Comments are closed.