www.samajalive.in
Sunday, December 14, 2025
17.1 C
Bhubaneswar

୯୦ପ୍ରତିଶତ ଅମଳ ଶେଷ: ଟୋକନ ଚିନ୍ତାରେ ଚାଷୀ, ଆତ୍ମାହୁତି ପାଇଁ ଧମକ

କଲମପୁର: ଚାଷୀଙ୍କ ପଛ ଛାଡୁ ନାହିଁ ସମସ୍ୟା। କେତେବେଳେ ବର୍ଷା ଅଭାବ ଯୋଗୁଁ ଜଳ ସେଚନ ସମସ୍ୟା ତ ପୁଣି କେତେବେଳେ ସାର ଓ କୀଟନାଶକର ଆକାଶ ଛୁଆଁ ଦାମ। ପୁଣି ·ଷ ରେ ରୋଗ ପୋକର ପ୍ରଭାବ ପୁଣି ଅଦିନିଆ ବର୍ଷା ଯୋଗୁଁ ·ଷ ନଷ୍ଟ ଭଳି ସମସ୍ୟା ପରେ ଏବେ ବିଳମ୍ବିତ ମଣ୍ଡି ଏବଂ ଟୋକନ ଅଭାବ ଭଳଇ ନୁଆଁ ସମସ୍ୟା ସୃଷ୍ଟି ହେଇଛି। ଯେଉଁଥିପାଇଁ କଲମପୁର ଅଂଚଳର ଜନୈକ ଚାଷୀ ଆତ୍ମାହୁତି ପାଇଁ ଧମକ ଦେଇଛନ୍ତି।

ସୂଚନା ଅନୁସାରେ କଲମପୁର ବ୍ଲକର ୪ ଗୋଟି ସମବାୟ ସମିତି ୩ ଗୋଟି ମହିଳା ଗୋଷ୍ଟୀଙ୍କ ମାଧ୍ୟମରେ ୧୫ଗୋଟି ଧାନ ମଣ୍ଡି ପରି·ଳିତ ହେଉଛି। ଏହି ସମସ୍ତ ଧାନ ମଣ୍ଡି ମାଧ୍ୟମରେ ଧାନ ବିକ୍ରୟ କରିବା ପାଇଁ ·ଷୀ ନାମ ପଞ୍ଜିକରଣ କରାଇଥିଲେ। ନଭେମ୍ବର ପହିଲାରୁ ·ଷ ଅମଳ ଆରମ୍ଭ ହେଇ ସାରିଲାଣି।

- Advertisement -

କିନ୍ତୁ ଜିଲା ପ୍ରଶାସନ ଡିସେମ୍ବର ପହିଲାରୁ ମଣ୍ଡି ଆରମ୍ଭ ପାଇଁ ଘୋଷଣା କରିଥିଲେ। ଏହି ତିଥି ମୁତାବକ ·ଷୀଙ୍କ ଟୋକନ ପ୍ରଦାନ କରାଯାଇଥିଲା। କିନ୍ତୁ ହଠାତ୍ ବାତ୍ୟାର ପ୍ରକୋପ ଏବଂ ଅଦିନିଆ ବର୍ଷା ଯୋଗୁଁ ମଣ୍ଡିରେ ଆରମ୍ଭରେ ପୁଣି ଏକ ସପ୍ତାହ ବିଳମ୍ବ ହେଇଥିଲା। ମଣ୍ଡି ଆରମ୍ଭରେ ବିଳମ୍ବ ଯୋଗୁଁ ଚାଷୀ ଅସୁବିଧାର ସମ୍ମୁଖିନ ହେଉଥିବା ବେଳେ ଡିସେମ୍ବର ୨୮ ତାରିଖ ସୁଦ୍ଧା ଶତାଧିକ ·ଷୀଙ୍କ ଟୋକନ ଆସି ନଥିବାରୁ ·ଷୀ ଏବେ ହରଡ ଘଣାରେ। ଏନେଇ ଧାନ ସଂଗ୍ରହର ପ୍ରମୁଖ ଦାଇତ୍ୱରେ ଥିବା ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ପବିତ୍ର କୁମାର ସାହୁଙ୍କ ସହଯୋଗାଯୋଗ କରାଯାଇଥିଲା, ଧାନ ସଂଗ୍ରହ, ମିଲର୍ସଙ୍କ ସଂଯୋଗ ଦାଇତ୍ୱ ଯୋଗାଣ ବିଭାଗର ·ଷୀଙ୍କ ଟୋକନ ପ୍ରଦାନ ତାଙ୍କର କ୍ଷମତା ବାହାରେ ଏହି ଦାଇତ୍ୱ ସମବାୟ ବିଭାଗର ବୋଲି ସୂଚନା ଦେଇଥିଲେ। ଏନେଇ ଡି.ଆର.ସି.ଏସ ପ୍ରମୋଦ କୁମାର ସାହୁଙ୍କ ସହଯୋଗାଯୋଗ କରାଯାଇଥିଲା। କିଛି ·ଷୀଙ୍କ ·ଷ ଜମିର ସାଟେଲାଇଟ ମାଧ୍ୟମରେ ଯାଂଚରେ ତୃଟି ଯୋଗୁଁ ଟୋକନ ପ୍ରଦାନରେ ବିଳମ୍ବ ହେଇଥିବା ସୁଚନା ଦେବା ସହ ତୁରନ୍ତ ସମାଧାନ କରାଯିବ ବୋଲି ମତବ୍ୟକ୍ତ କରିଥିଲେ।

ଦୁଇ ଦିନ ପରେ ରବି ଜଳ ସେଚନ ଆରମ୍ଭ ହେବ। କିନ୍ତୁ ·ଷୀଙ୍କ ଟୋକନ ଅଭାବ ଏବଂ ବିଳମ୍ବିତ ମଣ୍ଡି ଯୋଗୁଁ ମାତ୍ର ୩୦ ପ୍ରତିଶତ ·ଷୀ ଧାନ ବିକ୍ରୟ କରିଥିବା ବେଳେ ୭୦ ପ୍ରତିଶତ ·ଷୀ ନିଜ ନିଜ ଧାନ ଉପ୍ତାଦନ କରି ଶୀତ କାକରରେ କିଏ ଖଳାରେ ତ ପୁଣି କିଏ ମଣ୍ଡିରେ ପଡି ରହିଛନ୍ତି। ଅନ୍ୟପଟେ ରାଜ୍ୟସ୍ତରରେ ଟୋକନ କାର୍ଯ୍ୟକ୍ଷମ ହେଉଥିବାରୁ ·ଷୀଙ୍କ ସାଧ୍ୟ ତଥା ଅପହଂଚ ଦୂରତାରେ। ତେଣୁ ଚାଷୀ ଅସହାୟ ହେଇ ପଡିଛନ୍ତି। ତୁରନ୍ତ ରାଜ୍ୟ ସରକାର ଏଥିପ୍ରତି ଗୁରୁତ୍ୱ ଦେବା ପାଇଁ ·ଷୀ ସଂଗଠନ ପକ୍ଷରୁ ଦାବି ହେଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories