www.samajalive.in
Sunday, December 7, 2025
14.1 C
Bhubaneswar

ଉଜୁଡା ଚାଷ ନେଲା ଚାଷୀଙ୍କ ଜୀବନ

କଲମପୁର: କଳାହାଣ୍ଡି ଜିଲା କଲମପୁର ବ୍ଲକ ଅଧିନସ୍ଥ ବଡକୁଟୃ ପଞ୍ଚାୟତ ଅନ୍ତର୍ଗତ ସାନକୁଟୃ ଗ୍ରାମର ଜଣେ ଚାଷୀ ଫାଶିଦେଇ ଆତ୍ମହତ୍ୟା କରିଥିବା ଜଣାପଡିଛି।  ନିଜ ଉଜୁଡା କ୍ଷେତକୁ ଦେଖି ଦେଖି ମାନସିକ ସନ୍ତୁଳନ ହରାଇ ଯୁବ ଚାଷୀ ନିଜ ଜମି ନିକଟରେ ଥିବା ଆମ୍ବ ବଗିଚାର ଏକ ଆମ୍ବ ଗଛରେ ଫାଶି ଦେଇ ଆତ୍ମହତ୍ୟା କରିଛନ୍ତି। ପ୍ରାପ୍ତ ସୂଚନା ଅନୁସାରେ, ସାନକୁଟୃ ଗ୍ରାମର ଲାବାଣ୍ୟ ମାଝୀଙ୍କ ପୁଅ ବିନୋଦ ବିହାରୀ(୩୦) ଶନିବାର ସକାଳେ ଶନିଦେବଙ୍କ ପୂଜା ପାଇଁ ନିକଟସ୍ଥ ବିଜମରାକୁ ଯାଇ ସେଠାରୁ ପୂଜା ସାମଗ୍ରୀ ନେଇ ଫେରିଥିଲା। ଉପବାସ ଥିବା ହେତୁ ପ୍ରାୟ ଦିନ ଗୋଟାଏ ବେଳେ ବୃଦ୍ଧା ମାଁ ଓ ନିଜ ସ୍ତ୍ରୀକୁ ନିକଟସ୍ଥ ନଦୀ ପଟକୁ ଯାଉଛି ଫେରିଲେ ଶନିଙ୍କ ପୂଜା ହେବ କହି ଯାଇଥିଲା। ପ୍ରାୟ ୩ଟା ବେଳେ ଗାଁର କିଛି ମହିଳା ନଦୀ ପଟକୁ ଯିବା ବେଳେ ଯୁବକ ଜଣକ ଆମ୍ବ ଗଛରେ ଫାଶି ଦେଇ ହେଇଥିବା ଦେଖି ତୁରନ୍ତ ଗାଁ ଲୋକଙ୍କୁ ଜଣାଇଥିଲେ। ଗାଁ ଲୋକ ଘଟଣାସ୍ଥଳରେ ପହଞ୍ଚି ଫାଶି ଦେଇଥିବା ଯୁବକ ଜଣକ ନିଜ ଗାଁର ବିନୋଦ ବୋଲି ଚିହ୍ନଟ କରିଥିଲେ। ଏହାସହ ତୁରନ୍ତ ପରିବାର ଲୋକ ବଡକୁଟୃ ଫାଣ୍ଡି ଅଧିକାରୀ ଜଗନ୍ନାଥ ତାରିଣୀଙ୍କୁ ଜଣାଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ଜୟପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତରିତ କରିଥିଲେ।
ସୂଚନାଯୋଗ୍ୟଯେ, ଯୁବକ ଜଣକ ପ୍ରାୟ ସାଢେ ୪ ଏକର ଜମିରେ ଚାଷ କରିଥିଲେ। ଚଳିତ ବର୍ଷ ମାଟିଆ ଗୁଣ୍ଡି ପୋକ ସମେତ ଅନ୍ୟ ପୋକ ଓ ରୋଗର ପ୍ରଭାବ କାରଣରୁ ସମ୍ପୂର୍ଣ୍ଣ ଚାଷ ନଷ୍ଟ ହେଇଯାଇଥିଲା। ନିଜ ଜମିକୁ ଲାଗି ରହିଥିବା ଅନ୍ୟ ଚାଷ ଜମିରେ ଫସଲ ଭଲ ହେଇଥିବା ବେଳେ ନିଜ ଜମିରେ ରୋଗ ପୋକ ପ୍ରଭାବରୁ ଚାଷ ନଷ୍ଟ ହେଇଯାଇଥିବା ଦେଖି ହତାଶ ହୋଇ ପଡୁଥିଲା। ଏପରିକି ଚାଷ କ୍ଷତି ହୋଇଥିବା କାରଣରୁ ସାଙ୍ଗ ସାଥି ତଥା ପରିବାର ଲୋକଙ୍କ ସହିତ କଥା ବାର୍ତା ନକରି ବହୁ ସମୟ ଚୁପଚାପ୍ ରହୁଥିବା ପଡୋଶୀ ତଥା ପରିବାର ଲୋକ ସୂଚନା ଦେଇଛନ୍ତି। ଗତ ଫେବ୍ରୁଆରୀ ମାସରେ ବିନୋଦ ବିବାହ କରିଥିବା ବେଳେ ଏବେ ତାର ପତ୍ନୀ ୫ ମାସର ଗର୍ଭବତୀ। ଅନେକ ଚାଷୀ ରୋଗ ପୋକ ପ୍ରଭାବରୁ ନିଜ ଚାଷ ନଷ୍ଟ ହେଇଥିବା ନେଇ ତହସିଲଦାରଙ୍କୁ ଜଣାଇଥିଲେ କିନ୍ତୁ ବିନୋଦ ଚାଷ କ୍ଷତି ନେଇ କୌଣସି ଅଭିଯୋଗ କରିନଥିବା ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି। ଘଟଣାର ଅଧିକ ତଦନ୍ତ କରାଯାଉଥିବା ପୁଲିସ ସୂଚନା ଦେଇଛି।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories