Patra electronics

ଶ୍ରୀରାମକୃଷ୍ଣ ପରମହଂସ ଦେବଙ୍କ ଜନ୍ମୋତ୍ସବ ପାଳିତ

ମ.ରାମପୁର: କଳାହାଣ୍ଡି ଜିଲା ମ.ରାମପୁରସ୍ଥିତ ଶ୍ରୀରାମକୃଷ୍ଣ ଆଶ୍ରମ ପରିସରରେ ଶ୍ରୀରାମକୃଷ୍ଣ ପରମହଂସ ଦେବଙ୍କ ଜନ୍ମୋତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ ଏକ ଆଧାତ୍ମିକ ସଭା ଆଶ୍ରମର ସମ୍ପାଦକ ସ୍ୱାମୀ ଅଶୋକା ନନ୍ଦ ମହାରାଜଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି।

ଏହି ଆଧାତ୍ମିକ ସଭାରେ ମୁଖ୍ୟ ଅତିଥି ଭାବେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ନରେନ୍ଦ୍ର କୁମାର ମିଶ୍ର ଓ ମୁଖ୍ୟ ବକ୍ତା ଭାବେ ଆର୍ଯ୍ୟ ସମାଜ ସଭାପତି ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ଏବଂ ସମ୍ମାନୀତ ଅତିଥି ଭାବେ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ର ଅବସରପ୍ରାପ୍ତ ପ୍ରଧ୍ୟାପିକା କନକ ମଞ୍ଜରି ମିଶ୍ର, ସନ୍ୟାସୀ ସ୍ବାମୀ ଶୁକଦେବାନନ୍ଦ, ବିବେକାନନ୍ଦ ପବ୍ଲିକ ସ୍କୁଲର ଅଧ୍ୟକ୍ଷ ସୁରେନ୍ଦ୍ର ମହାଖୁଡ, ବଟ କିଶୋର ପ୍ରଧାନ ଯୋଗ ଦେଇ ରାମକୃଷ୍ଣ ଦେବ ସ୍ବାମୀ ବିବେକାନନ୍ଦଙ୍କ ପରି ଜଣେ ବିଶ୍ବ ବିଜୟୀ ଶିଷ୍ୟ ସୃଷ୍ଟି କରି ମାନବ ସମାଜକୁ ଉପହାର ସଦୃଶ୍ୟ ପ୍ରଦାନ କରିଥିଲେ।

ଠାକୁରଙ୍କ ପବିତ୍ର ଜୀବନ ଓ ସାଧନା ବିଷୟରେ ଆଲୋକପାତ କରିଥିଲେ ଓ ସବୁ ଧର୍ମ ସବୁ ମତ ମାଧ୍ୟମରେ ଈଶ୍ବରଙ୍କୁ ଉପଲବ୍ଧି କରାଯାଇପାରିବ ବୋଲି ଅତିଥିମାନେ ମତ ବ୍ୟକ୍ତ କରିଥିଲେ। ଏହି ଅବସରରେ ମୁଖ୍ୟ ଅତିଥିଙ୍କ ଦ୍ବାରା ପ୍ରାଚୀର ପତ୍ରିକା ଶାଖା ଉନ୍ମୋଚନ କରାଯାଇଥିଲା। ଉକ୍ତ ସଭାକୁ ଆଶ୍ରମର ଯୋଗିମତ ଜାଲ ପରିଚାଳନା କରିଥିବାବେଳେ ଉମାକାନ୍ତ ବେହେରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ସଭାରେ ଆଶ୍ରମର ଅନ୍ତେବାସୀ ଓ ବିବେକାନନ୍ଦ ପବ୍ଲିକ ସ୍କୁଲର ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ।

Comments are closed.