କଖଡି ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟରେ ପୋଷାକ ବିତରଣ ଉତ୍ସବ
ଗୁରୁଡିଝାଟିଆ : କଖଡି ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟରେ ସୋମବାର ପୋଷାକ ବିତରଣ କରାଯାଇଛି । ପ୍ରଧାନ ଶିକ୍ଷକ ରଣଜିତ୍ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ପୋଷାକ ବିତରଣ ଉତ୍ସବରେ ସ୍ଥାନୀୟ ସରପଞ୍ଚ କଳ୍ପନା ଛତାର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସରକାରୀ ବିଦ୍ୟାଳୟର ବିଦ୍ୟାର୍ଥୀମାନଙ୍କୁ ଅନ୍ୟାନ୍ୟ ବେସରକାରୀ ବିଦ୍ୟାଳୟର ବିଦ୍ୟାର୍ଥୀମାନଙ୍କ ଭଳି ସମତୁଲ ଓ ଶୋଭାବର୍ଦ୍ଧନ କରିବା ପାଇଁ ପ୍ରଦାନ କରୁଥିବା ପୋଷାକ ବ୍ୟବସ୍ଥା ବାସ୍ତବିକ ଅନନ୍ୟ। ଶ୍ରେଣୀଗୃହର ଉନ୍ନତି ,ସ୍ମାର୍ଟ କ୍ଲାସରୁମ ଓ ପାଠ୍ୟ ପୁସ୍ତକ ସହିତ ୬ଷ୍ଠ ରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାର୍ଥୀମାନଙ୍କୁ ମାଗଣା ପୋଷାକ ବଣ୍ଟନ କରିବା ସରକାରଙ୍କ ଶିକ୍ଷାପ୍ରତି ଅନୁରାଗ ଓ ପ୍ରତିଶୃତିବଦ୍ଧତାକୁ ସୁଚାଉଛି ବୋଲି ଶ୍ରୀମତୀ ଛତାର କହିଥିଲେ । ବିଦ୍ୟାଳୟର ପରିଚାଳନା କମିଟି ସଭାପତି ନାରାୟଣ ସାହୁ, ସମିତିସଭ୍ୟ ପ୍ରଦୀପ ମହାନ୍ତି, ସାମ୍ବାଦିକ ଶ୍ୱେତକାନ୍ତ ବେହେରା, ଅଜୟ ଖଟୁଆ ପ୍ରମୁଖ ଅତିଥି ଭାବରେ ଯୋଗଦେଇ ସରକାରଙ୍କ ଏଭଳି ପଦକ୍ଷେପକୁ ସାଧୁବାଦ ଜଣାଇବା ସହ ଭଲ ଅଧ୍ୟୟନ କରି ଶିକ୍ଷାନୁଷ୍ଠାନର ଗୌରବ ବୃଦ୍ଧି କରିବା ନିମନ୍ତେ ପରାମର୍ଶ ଦେଇଥିଲେ। ବିଦ୍ୟାଳୟର ଷଷ୍ଠରୁ ଦଶମଶ୍ରେଣୀ ପର୍ଯ୍ୟନ୍ତ ପ୍ରତ୍ୟେକ ବିଦ୍ୟାର୍ଥୀଙ୍କୁ ପୋଷାକ ଓ ଜୋତା ପ୍ରଦାନ କରାଯାଇଥିଲା। ବରିଷ୍ଠ ଶିକ୍ଷକ ସୁକାନ୍ତ କୁମାର ନାୟକ, ପ୍ରଶାନ୍ତ ରାଉତ, କୈଳାସ ଚନ୍ଦ୍ର ବେହେରା ଓ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି ସହଯୋଗ କରିଥିଲେ। ଶିକ୍ଷକ ହେମନ୍ତ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।
Comments are closed.