BJD Bijuli 480×75 Mob

ଜୁନିୟର ସୁଟିଂ ବିଶ୍ୱକପ୍‍ : ମାନୁ ଭାକରଙ୍କୁ ସ୍ୱର୍ଣ୍ଣ ପଦକ

BJD Bijuli 480×75 Mob
0

ସିଡ୍‍ନୀ : ଆଇଏସ୍‍ଏସ୍‍ଏଫ୍‍ ଜୁନିୟର ସୁଟିଂ ବିଶ୍ୱକପ୍‍ରେ ଭାରତର ଯୁବ ତଥା ଉଦିିୟମାନ ସୁଟିଂ ତାରକା ମାନୁ ଭାକର ମହିଳା ୧୦ମିଟର ଏୟାର ପିସ୍ତଲର ବ୍ୟକ୍ତିଗତ ଓ ଦଳଗତ ବର୍ଗରେ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। ସିଡ୍‍ନୀଠାରେ ଚାଲିଥିବା ଆଇଏସ୍‍ଏସ୍‍ଏଫ୍‍ ଜୁନିୟର ବିଶ୍‍କପ୍‍ରେ ସେ ପୁଣି ନିଜ ପ୍ରତିଭାର ପରିଚୟ ଦେଇ ସ୍ୱର୍ଣ୍ଣପଦକ ସ୍ୱର୍ଣ୍ଣପଦକ ଜିତିଛନ୍ତି ।

ନିକଟରେ ମେକ୍ସିକୋରେ ଅନୁଷ୍ଠିତ ବିଶ୍ୱକପ୍‍ରେ ପ୍ରଥମ ପଦାର୍ପଣରେି ଏହି ୧୬ବର୍ଷୀୟ ମାନୁ ଦୁଇଟି ସ୍ୱର୍ଣ୍ଣପଦକ ବିଜୟୀ ହେବା ପରେଆଇଏସ୍‍ଏସ୍‍ଏଫ୍‍ ଜୁନିୟର ସୁଟିଂ ବିଶ୍‍କପ୍‍  ଫାଇନାଲରେ ଥାଇଲାଣ୍ଡର କନ୍ୟାକୋର୍ଣ୍ଣ ହିରୁନ୍‍ଫୋଏମ୍‍ଙ୍କୁ ପଛରେ ପକାଇ ସ୍ୱର୍ଣ୍ଣପଦକ ବିଜୟୀ ହୋଇଛନ୍ତି। ହିରୁନ୍‍ଫୋଏମ୍‍ ରୌପ୍ୟ ଓ ଚୀନ୍‍ର କାଇମନ୍‍ ବ୍ରୋଞ୍ଜ ପଦକ ବିଜୟୀ ହୋଇଛନ୍ତି। ମନୁ, ଦେବାଂଶୀ ରାଣା ଓ ମହିମା ଅଗ୍ରୱାଲ ଦଳଗତ ବର୍ଗରେ ସ୍ୱର୍ଣ୍ଣପଦକ ହାସଲ କରିଥିବାବେଳେ ଚୀନ୍‍ ଦ୍ୱିତୀୟ ଓ ଥାଇଲାଣ୍ଡ ତୃତୀୟ ସ୍ଥାନରେ ରହିଛି। ସେହିଭଳି ପୁରୁଷ ୧୦ମିଟର ଏୟାର ପିସ୍ତଲ ବର୍ଗରେ ଗୌରବ ରାଣା ରୌପ୍ୟପଦକ ହାସଲ କରିଥିବାବେଳେ ଅନ୍‍ମୋଲ୍‍ ଜୈନ୍‍ ବ୍ରୋଞ୍ଜ ପଦକ ଜିତିଛନ୍ତି।

Leave A Reply