ଦୁର୍ଘଟଣାସ୍ଥଳ ସଫା କଲେ ସମାଜସେବୀ ଦଳ

ଫୁଲବାଣୀ: ଫୁଲବାଣୀ ଠାରୁ ବ୍ରହ୍ମପୁର ମୁଖ୍ୟ ରାସ୍ତା ୧୫୭ ନଂ ଜାତୀୟ ରାଜପଥର ଶଙ୍କରାଖୋଲ ନିକଟସ୍ଥ ଡ଼ୁମ୍ବୁରିନାଳ ଦୁର୍ଘଟଣା ପ୍ରବଳ ଅଞ୍ଚଳ ଭାବେ ପରଚିତଥିବା ବେଳେ ଶେଷରେ ଅଞ୍ଚଳର ସମାଜସେବୀ ମାନେ ଏଥିରେ ହସ୍ତକ୍ଷେପ କରି ରାସ୍ତାକୁ ସଫା କରିଛନ୍ତି। ଉକ୍ତ ରାସ୍ତାର ଉଭୟ ପାର୍ଶ୍ବରେ ଲଟାବୁଦା ମାଡ଼ି ଆସିଥିବା ସହ ବୁଲାଣି ରାସ୍ତାର ବିରାଟ ବରଗଛ ରହିଛି। ଯାହାରି ଫଳରେ ଯାନ ବାହାନ ଚଳାଚଳ ବେଳେ ଉଭୟ ପାଶ୍ୱରୁ ଦେଖା ଯାଉନଥିଲା। ବାରମ୍ବାର ଦୁର୍ଘଟଣା ଘଟୁଥିଲା। ଏନେଇ ଅଞ୍ଚଳବାସୀ ବିଭିନ୍ନ ବିଭାଗ ସହିତ ଯୋଗାଯୋଗ କରି ଉଭୟ ପାର୍ଶ୍ବର ଲଟାବୁଦାକୁ ସଫଳ କରିବା ପାଇଁ ନିବେଦନ କରିଥିଲେ ମଧ୍ୟ କେହି ମଧ୍ୟ ଏଥିରେ କର୍ଣ୍ଣପାତ କରିନଥିବା ବେଳେ ଶେଷରେ ଶଙ୍କରାଖୋଲ ଅଞ୍ଚଳର କିଛି ସମାଜସେବୀ ଏକଜୁଟ୍‌‌ ହୋଇ ଶ୍ରମଦାନ କରିବା ସହିତ ରାସ୍ତାର ଉଭୟ ପାର୍ଶ୍ବରେ ବଢ଼ି ରହିଥିବା ଲଟାବୁଦାକୁ ସଫା କରିଛନ୍ତି।

Comments are closed.