ଚତୁର୍ଥ ଶ୍ରେଣୀ ମେଡିକାଲ କର୍ମଚାରୀଙ୍କ ୬ଦଫା ଦାବି ନେଇ ଜିଲ୍ଲାପାଳ ଓ ସିଡିଏମଓଙ୍କୁ ଦାବିପତ୍ର ପ୍ରଦାନ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଚତୁର୍ଥ ଶ୍ରେଣୀ ମେଡ଼ିକାଲ କର୍ମଚାରୀମାନ ବିଭିନ୍ନ ଦାବୀ ନେଇ ୬ ଦଫା ଦାବିପତ୍ର  କନ୍ଧମାଳ ଜିଲ୍ଲାପାଳ ଓ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ପ୍ରଦାନ କରିଛନ୍ତି। ଦାବିପତ୍ରରେ ଉଲ୍ଲେଖ କରାଯାଇଛି କି ଯେ, ଅନ୍ୟ ଗ୍ରୁପ୍ର କର୍ମଚାରୀମାନଙ୍କର ଦାବୀ ଗୁଡ଼ିକ ସରକାର ବିଚାର କରି ଦାବୀ ଗୁଡ଼ିକର ସମାଧାନ କରିଆସୁଛନ୍ତି। କିନ୍ତୁ ଚତୁର୍ଥ ଶ୍ରେଣୀ କର୍ମଚାରୀମାନଙ୍କର କୌଣସି ବି ଦାବୀ ଆଜି ଯାଏଁ ସରକାର ନିଜ ବିଚାରାଧନ ପରସିରକୁ ଆଣି ନାହାଁନ୍ତି। ସେଥିପାଇଁ ଚତୁର୍ଥ ଶ୍ରେଣୀ ମେଡ଼ିକାଲ କର୍ମଚାରୀ ଆମ୍ଭ ଦାବୀ ଗୁଡ଼ିକୁ ଆପଣଙ୍କ ଦ୍ବାରା ସରକାରଙ୍କ ପାଖରେ ଉପସ୍ଥାପନା କରୁଛୁ।

prayash

ଦାବିଗୁଡିକ ମଧ୍ୟରେ ଚତୁର୍ଥ ଶ୍ରେଣୀ ମେଡ଼ିକାଲ କର୍ମଚାରୀଙ୍କୁ ଯୋଗ୍ୟତା ଆଧାରରେ ଆମ୍ଭଙ୍କୁ ପଦୋନ୍ନତି, ଗ୍ରେଡ଼େସନ ପ୍ରଦାନ, ପଦୋନ୍ନତି ସମୟସୀମା ୧୦ ବର୍ଷରୁ ୭ ବର୍ଷକୁ ହ୍ରାସ, ଅବସର ସମୟସୀମା ୬୦ ବର୍ଷରୁ ୬୨ ବର୍ଷକୁ ବୃଦ୍ଧି ରହିଛି।

Comments are closed.