www.samajalive.in
Sunday, December 7, 2025
13.1 C
Bhubaneswar

କଂଗ୍ରେସ ଯୁବରାଜଙ୍କ ପାଇଁ ପାକିସ୍ଥାନ ସବୁଠୁ ଭରସାଯୋଗ୍ୟ ଦେଶ: ରାହୁଳଙ୍କୁ ତାତ୍ସଲ୍ୟ କଲେ ବିଜେପି ଅଧ୍ୟକ୍ଷ

ପାକିସ୍ତାନ ସଂସଦରେ ମୁସଲିମ ଲିଗ୍ -ଏନ୍ (ପିଏମଏଲ୍-ଏନ୍) ନେତା ଆୟାଜ ସାଦିକଙ୍କ ବକ୍ତବ୍ୟର ଭିଡ଼ିଓ ଏବେ ଭାଇରାଲ । ଭାରତୀୟ ବାୟୁ ସେନାର ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଧମାନଙ୍କ ମୁକ୍ତି ପ୍ରସଙ୍ଗରେ ଆୟାଜ ଯାହା କହିଛନ୍ତି ତାହା ପାକିସ୍ଥାନକୁ ଯେତିକି ଅଡ଼ୁଆରେ ପକାଇଛି, ସେତେବେଳର ଘଟଣାକ୍ରମକୁ ନେଇ ପ୍ରଶ୍ନ ଉଠାଇଥିବା କଂଗ୍ରେସକୁ ନିଶାଣ କରିବାକୁ ବିଜେପି ଲାଗି ସେତିକି ସୁଯୋଗ ସୃଷ୍ଟି କରିଛି । ବିଜେପି ଅଧ୍ୟକ୍ଷ ଜେ.ପି.ନଡ଼୍ଡ଼ା ଏହି ପ୍ରସଙ୍ଗରେ ରାହୁଳ ଗାନ୍ଧୀଙ୍କୁ ତାତ୍ସଲ୍ୟ କରିବା ସହ ପାକ୍ ସାଂସଦର ସେହି ଭିଡ଼ିଓକୁ ନିଜ ଟ୍ବିଟର ଆକାଉଣ୍ଟ​‌ରେ ସେୟାର କରିଛନ୍ତି । ଏଥିରେ ରାତି ୯ଟା ସୁଦ୍ଧା  ଅଭିନନ୍ଦନ ବର୍ଧମାନଙ୍କୁ ମୁକ୍ତି ନ କଲେ ଭାରତ ଆକ୍ରମଣ କରିଥାଆନ୍ତା । ଏହି ଆକ୍ରମଣ ଖବର ଶୁଣି ପାକ୍ ସେନାମୁଖ୍ୟ ଜେନେରାଲ ଜାଭେଦ ବାୱାଜଙ୍କ ଗୋଡ଼ ଥରଥର କମ୍ପିବା ଆରମ୍ଭ କରିଥିଲା । ତେଣୁ ରାତାରାତି ଅଭିନନ୍ଦନଙ୍କୁ ପାକିସ୍ଥାନ ମୁକ୍ତ କରି ଦେଇଥିଲା ବୋଲି ପାକିସ୍ଥାନ ମୁସଲିମ୍ ଲିଗ୍ (ଏନ୍) ନେତା ଆୟାଜ ସାଦ୍ଦିକ କହୁଥିବା ଦେଖା ଯାଇଥିଲା ।

- Advertisement -

ଏହି ଭିଡ଼ିଓ ଆଧାରରେ ବିଜେପି ଅଧ୍ୟକ୍ଷ ଶ୍ରୀ ନଡ଼୍ଡ଼ା କହିଛନ୍ତି ଯେ କଂଗ୍ରେସ ରାଜକୁମାର ଭାରତ ଉପରେ ବିଶ୍ଵାସ କରନ୍ତି ନାହିଁ। ସେନା, ସରକାର ବା ଲୋକଙ୍କୁ ବିଶ୍ଵାସକୁ ନିଅନ୍ତି ନାହିଁ । ପାକିିସ୍ଥାନ ତାଙ୍କ ପାଇଁ ବେଶ ବିଶ୍ଵସନୀୟ ଦେଶ । ଏହି ଭିଡ଼ିଓ ପରେ ତାଙ୍କ ଆଖି ଖୋଲିବ ବୋଲି ବିଶ୍ଵାସ ବୋଲି ଶ୍ରୀ ନଡ଼୍ଡ଼ା ଟ୍ବିଟ୍ କରିଛନ୍ତି ।

ସେହିପରି ଶ୍ରୀ ନଡ଼୍ଡ଼ା ଆଉ ଏକ ଟ୍ବିଟରେ ଲେଖିଛନ୍ତି ଯେ କଂଗ୍ରେସ ଦେଶର ସାମରିକ ବାହିନକୁ ଦୁର୍ବଳ କରିବା ପାଇଁ ଏକ ଅଭିଯାନରେ ନିୟୋଜିତ ଥିଲା ।ସେତେବେଳେ ଭାରତୀୟ ସେନାଙ୍କୁ କଂଗ୍ରେସ ପରିହାସ କରିଛି, ସେମାନଙ୍କ ବୀରତ୍ଵ ଉପରେ ସନ୍ଦେହପ୍ରକଟ କରିଛି । କେବଳ ସେତିକି ନୁହେଁ ଭାରତୀୟ ସେନାକୁ ଅତ୍ୟାଧୁନିକ ରାଫେଲ ନ ମିଳିବା ପାଇଁ ବିଭିନ୍ନ କୌଶଳ ପ୍ରୟୋଗ କରିଛି । ମାତ୍ର ଦେଶବାସୀ କଂଗ୍ରେସର ଏହି ରାଜନୀତିକୁ ବୁଝିଛନ୍ତି ଓ କଠୋର ଶିକ୍ଷା ଦେଇଛନ୍ତି ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories