ଜାମ୍ମୁ କାଶ୍ମୀର : ଏଲଓସିରେ ଡ୍ରୋନ୍କୁ ଗୁଳିକରି ଖସାଇଲେ ଯବାନ
ଡେସ୍କ : ଜାମ୍ମୁ କାଶ୍ମୀରରେ ସୁରକ୍ଷା ବାହିନୀ ଯବାନମାନେ ରାଜୌରୀ ଜିଲ୍ଲାର ନିୟନ୍ତ୍ରଣରେଖାଠାରେ ଏକ ଡ୍ରୋନ୍କୁ ଗୁଳିକରି ଖସାଇ ଦେଇଛନ୍ତି । ବେରୀପଟାନ୍ ଓ ସିଅଟ୍ ଠାରେ ବୁଧବାର ରାତିରେ ସେହି ଡ୍ରୋନକୁ ସନ୍ଦେହଜନକ ଅବସ୍ଥାରେ ଦେଖିବାକୁ ମିଳିଥିଲା । ଏହାପରେ ସମଗ୍ର ଅଞ୍ଚଳକୁ ଘେରାଉ କରାଯାଇ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯାଇଥିଲା ଓ ପରିଶେଷରେ ସେହି ଡ୍ରୋନ୍ଟିକୁ ଖସାଇ ଦିଆଯାଇଥିଲା । ସେହି ଡ୍ରୋନ୍ରେ ଥିବା କିଛି ଗୁଳି ମାଗାଜିନ, ନଗଦ ଟଙ୍କା ଓ ଅନ୍ୟାନ୍ୟ ପଦାର୍ଥକୁ ଉଦ୍ଧାର କରାଯାଇଛି ।
ଏହାକୁ ଏକ ପାକିସ୍ତାନୀ ଡ୍ରୋନ୍ ବୋଲି ସନ୍ଦେହ କରାଯାଉଛି । ସୁରକ୍ଷା ବାହିନୀ ପକ୍ଷରୁ ଘଟଣାର ଅନୁସନ୍ଧାନ ଜାରି ରହିଛି।
Comments are closed.