ପଞ୍ଚାୟତୟତସ୍ତରୀୟ ‘ଆମ ଓଡିଆ ନବୀନ ଓଡିଶା’ ସଚେତନା ଶିବିର

ଝୁମ୍ପୁରା: ଝୁମ୍ପୁରା ବ୍ଲକ ଗୁଣ୍ଡୁଣିଆଁ ପଚାୟତ ଠାରେ ପଂଚାୟତ ସ୍ତରୀୟ ‘ଆମ ଓଡିଶା ନବୀନ ଓଡିଶା’ ସଚେତନା ଶିବିର ଗୁଣ୍ଡୁଣିଆଁ ସରପଚ ଶ୍ରୀଧର ମୁଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଇଂ ହରିଭକ୍ତ କୁନା ଗିରିଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସଚେତନା ଶିବିର କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଝୁମ୍ପୁରା ବିଡିଓ ହୃଦାନନ୍ଦ ଓଢା ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ କାଶିନାଥ ମହାନ୍ତ ,ବରିଷ୍ଠ ନାଗରିକ ରମେଶ ବେହେରା, ଇନ୍ଦ୍ରମଣି ବେହେରା, ପିଇଓ ପ୍ରମିଳା ଖମାରୀ, ବିଏଫଟି ଦିବାକର ମହାନ୍ତ ପ୍ରମୁଖ ଯୋଗଦାନ କରିଥିଲେ। ଏହି ଅବସରରେ କାର୍ଯ୍ୟକ୍ରମରେ ଯୋଗଦେଇଥିବା ଅତିଥିମାନେ ସେମାନଙ୍କ ବକ୍ତବ୍ୟରେ କହିଥିଲେ ଯେ ସଂପ୍ରତି ସରକାର ପ୍ରତି ଗ୍ରାମର ବିକାଶ କଥା ଚିନ୍ତା କରି ପ୍ରତି ପଞ୍ଚାୟତର ଜନସାଧାରଣ ନିମନ୍ତେ ନୂଆ ନୂଆ ଯୋଜନା କରି ଗାଁକୁ ବିକାଶ କରିବା ଲକ୍ଷ୍ୟ ରଖିଛନ୍ତି। ପ୍ରତି ଗ୍ରାମରେ ଲାଗିରହିଥିବା ପାନୀଜ ଜଳ ସମସ୍ୟା ଠାରୁ ଆରମ୍ଭ କରି ଗମନା ଗମନାଗମ, ଶିକ୍ଷାର ବିକାଶ କରିବା ଦିଗରେ ବିଶେଷ ଭାବରେ ଯୋଜନା ପ୍ରସ୍ତୁତ କରୁଛନ୍ତି ବୋଲି କହିଥିଲେ। ସରକାରଙ୍କ ସମସ୍ତ ଯୋଜନାରେ ପ୍ରତି ଗ୍ରାମରେ କିପରି ପହଞ୍ଚି ପାରିବେ ସେଥିପାଇଁ ସରକାର ତରଫରୁ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିବା ସହିତ ପଞ୍ଚାୟତ ଏବଂ ବ୍ଲକସ୍ତରରେ ରହିଥିବା ଅଧିକାରୀମାନେ ଯେପରି ଗ୍ରାମର ସମସ୍ୟା ଗୁଡିକ ସମ୍ପର୍କରେ ଅବଗତ ହୋଇ ତୁରନ୍ତ ପଦକ୍ଷେପ ନେବେ ସେଥିପାଇଁ ସରକାରୀ କର୍ମଚାରୀ ମାନଙ୍କୁ ପରାମର୍ଶ ଦେଇଥିଲେ। ସେହିପରି ସରକାର ତରଫରୁ ବର୍ତ୍ତମାନ ‘ଆମ ଓଡିଶା ନବୀନ ଓଡିଶା’ ଯୋଜନା ମାଧ୍ୟରେ ପ୍ରତି ଗ୍ରାମକୁ ସାମିଲ କରି ପ୍ରତିଗ୍ରାମର ବିକାଶ ପାଇଁ ଆଗେଇ ଆସିଛନ୍ତି। ଏହି ଅବସରରେ ଝୁମର ନୃତ୍ୟ ପରିବେଷିତ ହୋଇଥିଲା। ଝୁମର ନୃତ୍ୟ ଦେଖିବା ପାଇଁ ପଞ୍ଚାୟତର ବିଭିନ୍ନ ଗ୍ରାମରୁ ଶହ ଶହ ସଂଖ୍ୟାରେ ଜନସାଧାରଣ ଯୋଗଦେଇଥିଲେ।

 

Comments are closed.