ଉତ୍କଳମଣି ଗୋପବନ୍ଧୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଚାଲିଥିବା ସମନ୍ନୀତ ଯୁବ ବିକାଶ କାର୍ଯ୍ୟକ୍ରମ ଉଦଯାପିତ

ଝୁମ୍ପୁରା: ଝୁମ୍ପୁରା ବ୍ଲକର ଉଖୁଣ୍ଡା ଠାରେ ରହିଥିବା ଉତ୍କଳମଣି ଗୋପବନ୍ଧୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସମନ୍ନୀତ ଯୁବ ବିକାଶ ତରଫରୁ ଚାଲିଥିବା ନୂଆ ଓ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଗୁରୁବାର ଦିନ ଉଦଯାପିତ ହୋଇଯାଇଛି। ରାଜ୍ୟ ସରକାର ତରଫରୁ ଆରମ୍ଭ କରିଥିବା ଏହି ଯୋଜନାରେ କଲେଜର ଛାତ୍ର ଛାତ୍ରୀ, ଅଧ୍ୟାପକ ଅଧ୍ୟାପିକ ମାନଙ୍କୁ ନେଇ ରାଜ୍ୟ ସରକାର ତରଫରୁ ସମନ୍ନୀତ ଯୁବ ବିକାଶ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଦୀର୍ଘ ଦିନଧରୀ ଚାଲିଥିବା ଏହି କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି।

ବିଦ୍ୟାଳୟର ଛାତ୍ର ଛାତ୍ରୀମାନଙ୍କୁ ନେଇ ପ୍ରତିଦିନ ବିଭିନ୍ନ ପ୍ରକାର ପ୍ରତିଯୋଗିତା ଅନୁଷ୍ଠିତ ହେବା ସହିତ ଜନସାଧାରଣ ନିମନ୍ତେ ବିଭିନ୍ନ ସଚେତନା ଧର୍ମ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। କଲେଜର ଅଧ୍ୟକ୍ଷ ଭାଷ୍କର ମାଝିଙ୍କ ସଭାପତିତ୍ୱରେ ଉଦଯାପନୀ ଉତ୍ସବ ସଭା ଆୟୋଜିତ ହୋଇଥିଲା। ଉଦଯାପନି ଉତ୍ସବରେ ମୁଖ୍ୟ ଅତିଥି ଭାବେ ପାଟଣା ବିଧାୟକ ତଥା ଜିଲାଯୋଜନା ବୋର୍ଡ ଅଧ୍ୟକ୍ଷ ଜଗନ୍ନାଥ ନାୟକ ଯୋଗଦାନ କରିଥିବା ବେଳେ ସମ୍ମାନୀତ ଅତିଥି ଭାବେ ୧୮ ନମ୍ବର ଜିଲାପରିଷଦ ସଭ୍ୟ ରାଧାକାନ୍ତ ନାୟକ, ବଡନେଉଳି ସରପଚ ନିରୋଦ କୁମାର ସଏ, କଲେଜ ପ୍ରତିଷ୍ଠୀତ ବ୍ୟକ୍ତି ଯଦୁମଣି ରାଉତ, ଯୁବ ସମାଜସେବୀ ମହେନ୍ଦ୍ର କୁମାର ସାହୁ, ଓଡିଆ ଅଧ୍ୟାପକ ସୁରେନ୍ଦ୍ର ମହାନ୍ତ, ଅର୍ଥନୀତି ଅଧ୍ୟାପକ ଭାଗୀରଥି ସ୍ୱାଇଁ, ଇଂରାଜୀ ଅଧ୍ୟାପକ କୌତୁକ ବେହେରା ଏଜୁକେସନ ଅଧ୍ୟାପିକା ଗୀତା ଗିରି, ବିଜୁ ଯୁବ ଜନତା ଦଳ ବ୍ଲକ ସଭାପତି ଇଂ ହରିଭକ୍ତ କୁନା ଗିରି, ଉପ ସଭାପତି ଟୁନା ବାରିକ ପ୍ରମୁଖ ଯୋଗଦାନ କରିଥିଲେ।

prayash

ଉଦଯାପନୀ ଉତ୍ସବରେ ଯୋଗଦାନ କରିଥିବା ଅତିଥି ମାନେ ତାଙ୍କ ବକ୍ତବ୍ୟରେ କହିଲେ କଲେଜ ଗୁଡିକରେ ଅଧ୍ୟୟନ କରୁଥିବା ଛାତ୍ର ଛାତ୍ରୀ ମାନଙ୍କ ପାଖରେ ଅନେକ ପ୍ରତିଭା ଲୁକାୟିତ ହୋଇ ରହିଛି। ପିଲାମାନେ ଚାହିଁଲେ ମଧ୍ୟ ତାଙ୍କ ପ୍ରତିଭା ଲୋକଲୋଚନକୁ ଆସିପାରୁ ନଥିଲେ। ଏଣୁ ରାଜ୍ୟ ସରକାର ପିଲାଙ୍କ ଠାରେ ରହିଥିବା ପ୍ରତିଭାକୁ ଲୋକ ଲୋଚନକୁ ଆଣିବା ପାଇଁ ସମନ୍ନୀତ ଯୁବ ବିକାଶ କାର୍ଯ୍ୟକ୍ରମ ଆୟୋଜନ କରି ପିଲାଙ୍କ ପ୍ରତିଭାକୁ ବଢାଇବା ଦିଗରେ ଆଗ୍ରହ ସୃଷ୍ଟି କରିପାରିଛନ୍ତି ବୋଲି ଅତିଥି ମାନେ ତାଙ୍କ ବକ୍ତବ୍ୟରେ ଉଦବୋଧନ ଦେଇଥିଲେ। କଲେଜରେ ଅନୁଷ୍ଠିତ ହୋଇଥିବା ପ୍ରତିଯୋଗିତାରେ ଚମ୍ପିଆନ ଆଖ୍ୟା ଅର୍ଜନ ଲାଭ କରିଥିବା ସହିଲ କୁମାର ସର୍ଦ୍ଦାର, ଅପରାଜିତା ସର୍ଦ୍ଦାର ଏବଂ ମଙ୍ଗଳୁ ମୁଣ୍ଡାକୁ ଅତିଥି ମାନଙ୍କ ଦ୍ୱାରା ଚମ୍ପିଆନ ଟ୍ରଫି ପ୍ରଦାନ କରିଥିଲେ।

ଶେଷରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଉଦଯାପନୀ ଉତ୍ସବକୁ କଲେଜର ସମସ୍ତ ଅଧ୍ୟାପକ ଅଧ୍ୟାପିକା, କର୍ମଚାରୀ ମାନେ ପରିଚାଳନାରେ ପୂର୍ଣ୍ଣ ମାତ୍ରାରେ ସହଯୋଗ କରିଥିବା ଦେଖିବାକୁ ମିଳିଥିଲା। ରାଜ୍ୟ ସରକାରଙ୍କ ବଳିଷ୍ଟ ପଦକ୍ଷେପକୁ କଲେଜ କର୍ତୃପକ୍ଷ ସ୍ୱାଗତ୍ୱ କରିଥିଲେ।

Comments are closed.