www.samajalive.in
Sunday, December 7, 2025
13.1 C
Bhubaneswar

ଆରପାରିରେ ‘ଶ୍ରୀଗଣେଶ’ ଧାରାବାହିକର ମୁଖ୍ୟ ଅଭିନେତା ଜାଗେଶ ମୁକାତି

ମୁମ୍ବଇ: ‘ଅମିତା କା ଅମିତ’ ଓ ‘ଶ୍ରୀଗଣେଶ’ ପରି ଲୋକପ୍ରିୟ ଧାରାବାହିକରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ଅଭିନେତା ଜାଗେଶ ମୁକାତିଙ୍କ ପରଲୋକ ଘଟିଛି। ବୁଧବାର ମୁମ୍ବଇ ସ୍ଥିତ ଏକ ଡାକ୍ତରଖାନାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। “ତାରକ ମେହେତା କା ଉଲ୍ଟା ଚଷମା”ରେ ଡାକ୍ତର ହାତୀଙ୍କ ପତ୍ନୀ ଭୂମିକାରେ ଅଭିନୟ କରିଥିବା ଅଭେନେତ୍ରୀ ଅମ୍ବିକା ରଞ୍ଜନକର ପ୍ରଥମେ ଏନେଇ ସୂଚନା ଦେଇଛନ୍ତି । ସାମାଜିକ ଗଣମାଧ୍ୟମରେ ନିଜ ଶ୍ରଦ୍ଧାଞ୍ଜଳି ବାର୍ତ୍ତାରେ ଅମ୍ବିକା ଲେଖିଛନ୍ତି, “ଜାଗେଶ ତୁମେ ଖୁବ ଦୟାଳୁ ଓ ସାହାଯ୍ୟକାରୀ ଥିଲ। ସେଥିପାଇଁ ହୁଏତ ଭଗବାନ ତମକୁ ଶୀଘ୍ର ତାଙ୍କ ପାଖକୁ ନେଇଗଲେ । ଭଗବାନ ତୁମ ଅମର ଆତ୍ମାକୁ ସଦଗତି ପ୍ରଦାନ କରନ୍ତୁ । ଓଁ ଶାନ୍ତି ”।

ମିଳିଥିବା ସୂଚନା ଅନୁଯାୟୀ, ଜାଗେଶ ଶ୍ୱାସକ୍ରିୟା ଜନିତ ରୋଗରେ ପୀଡିତ ଥିଲେ । ତିନି ଚାରି ଦିନ ପୂର୍ବରୁ ନିଃଶ୍ୱାସ ପ୍ରଶ୍ୱାସରେ କଷ୍ଟ ଅନୁଭୂତ ହେବାରୁ ତାଙ୍କୁ ମୁମ୍ବଇର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା ।

- Advertisement -

ତାଙ୍କ ନିଧନରେ ସିନେମା ଓ ଟିଭି ଜଗତରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ପ୍ରଶଂସକମାନେ ମଧ୍ୟ ସୋସିଆଲ ମିଡ଼ିଆରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ବାର୍ତ୍ତା ଦେଉଛନ୍ତି । ବିଭିନ୍ନ ହିନ୍ଦୀ ତଥା ଗୁଜୁରାତି ଟିଭି ଶୋ ଓ ନାଟକ ବ୍ୟତୀତ ଜାଗେଶ ଗୋଟିଏ ଦୁଇଟି ସିନେମାରେ ମଧ୍ୟ କାମ କରିଛନ୍ତି । ପରିଣୀତି ଚୋପ୍ରା ଓ ସିଦ୍ଧାର୍ଥ ମଲହୋତ୍ରାଙ୍କ ସହ ‘ହସି ତୋ ଫସି’ ସିନେମାରେ ସେ କାମ କରିଛନ୍ତି । କରୋନା କଟକଣା ଅନୁସାରେ ପରିବାର ଲୋକ ତାଙ୍କର ଅନ୍ତିମ ସଂସ୍କାର କରିଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories