ଶ୍ରୀମନ୍ଦିରରେ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଦଇତାପତି ସେବକଙ୍କ ଦୁର୍ବ୍ୟବହାର ପ୍ରଦର୍ଶନ!

0

ପୁରୀ:   ପୁରୀ ଶ୍ରୀମନ୍ଦିରରେ ଭକ୍ତଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ ସହ ମାରପିଟ୍‌ ଅଭିଯୋଗ ବିଷୟରେ ଆପଣ ଆଗରୁ ଶୁଣିଥିବେ । ମଙ୍ଗଳବାରରେ ଓଡିଶାର ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଶ୍ରୀମନ୍ଦିର ଭିତର ବେଢାରେ ଦୁର୍ବ୍ୟବହାର ପ୍ରଦର୍ଶନ କରାଯାଇଥିବା ଅଭିଯୋଗ ହୋଇଛି । ଜଣେ ବରିଷ୍ଠ ଦଇତାପତି ସେବକ ତାଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ଅଭିଯୋଗ ହୋଇଛି ।

ଲକ୍ଷ୍ମୀ ମନ୍ଦିରରୁ ସ୍ୱାସ୍ଥ୍ୟ ଓ ଆଇନ ମନ୍ତ୍ରୀ ପ୍ରତାପ ଜେନା ଦର୍ଶନ ସାରି ଫେରିବା ବେଳେ ତାଙ୍କୁ ଏହି ବରିଷ୍ଠ ଦଇତାପତି ସେବକ ତାଙ୍କୁ  ପରିଚାଳନା କମିଟରେ ସଦସ୍ୟ ଭାବେ କାହିଁକି ଗ୍ରହଣ କରାଗଲାନାହିଁ ବୋଲି ପ୍ରଶ୍ନ କରିଥିଲେ । ଏହା ସହ ମନ୍ତ୍ରୀଙ୍କୁ ଗାଳି ଗୁଲଜ କରିଥିବା ଅଭିଯୋଗ ହୋଇଛି ।  ‘ଦଳରେ ନ ଥିଲେ ମନ୍ଦିର ଭିତରେ ପୁରାଇ ଦେଇ ନ ଥାନ୍ତେ’ ବୋଲି ସେ କହିଥିବ ସୂଚନା ମିଳିଛି । ମାତ୍ର ମନ୍ତ୍ରୀ ଏ ନେଇ କୌଣସି ଅଭିଯୋଗ କରି ନ ଥିବା ଜଣାପଡିଛି । ଏହି ବରିଷ୍ଠ ଦଇତାପତି ସେବକ ପୂର୍ବତନ  ପରିଚାଳନା କମିଟି ସଦସ୍ୟ ।

Leave A Reply